ବାରିପଦା : ପୂଜା ସାରି ଫେରିବା ବେଳେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବଡସାହି ଥାନା ନିଶ୍ଚିନ୍ତପୁର ଗାଁରେ ଗୁରୁବାର ଘଟିଛି। ମହିଳାଙ୍କୁ ତାଙ୍କ ପଡୋଶୀ ବୀଭତ୍ସ ଭାବେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁୁ ଜଣାପଡିଛି। କୁରାଢିରେ ହାଣି ମହିଳାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଛି।ଏହି ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଅଭିଯୁକ୍ତର ନାମ ବାବୁଲି ମହାକୁଡ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତକୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି।
Popular Categories



