www.samajalive.in
Friday, December 5, 2025
20.1 C
Bhubaneswar

ବିପଦଶଙ୍କୁଳ ଅବସ୍ଥାରେ ରେଡକ୍ରସ ଗୃହ

ବାସୁଦେବପୁର: ବିଦ୍ୟାଳୟ ପରିସରରେ ବିପଦଶଙ୍କୁଳ ଅବସ୍ଥାରେ ରହିଛି ରେଡକ୍ରସ ଗୃହ । କେତେବେଳେ ଭୁଷୁଡି ପଡିବ ତାର ଠିକ୍ ଠିକଣା ନାହିଁ । ସରପଞ୍ଚ, ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ବିଡିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ କୌଣସି ପଦକ୍ଷେପ ନିଆଯାଉନି । ନୂତନ ଶ୍ରେଣୀଗୃହ ଯୋଗାଇ ନଦେଲେ ନାହିଁ, ବିପଦଶଙ୍କୁଳ ଅବସ୍ଥାରେ ଥିବା ରେଡକ୍ରସ ଘରକୁ ଭାଙ୍ଗି ଦିଆଗଲେ ହୁଏତ ବିପଦ ଟଳି ଯାଆନ୍ତା । କୌଣସି ଅଧିକାରୀ ଶୁଣୁ ନାହାନ୍ତି । ତେଣୁ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ସତର୍କ ହେବା ପାଇଁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏମିତି ବି ରେଡକ୍ରସ ଘରକୁ ଲାଗି ରହିଥିବା ଶୌଚାଳୟକୁ ବ୍ୟବହାର ନ କରିବା ପାଇଁ କୁହାଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ଅଢୁଆଁ ପଞ୍ଚାୟତର ନନ୍ଦପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ।

ମିଳିଥିବା ସୂଚନା ମୁତାବକ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୨ଜଣ ଛାତ୍ରଚାତ୍ରୀ ପାଠା ପଢୁଛନ୍ତି । ଜଣେ କ୍ରୀଡ଼ା ଶିକ୍ଷକ ଓ ଜଣେ କଳା ଶିକ୍ଷକଙ୍କୁ ବାଦ ଦେଲେ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ମୋଟ୍ ଛଅଜଣ ଶିକ୍ଷକଶିକ୍ଷୟତ୍ରୀ ପାଠ ପଢାଉଛନ୍ତି । ଶ୍ରେଣୀଗୃହର ଅଭାବକୁ ନେଇ ରେଡକ୍ରସ ଘରେ ଦୁଇଟି ଶ୍ରେଣୀ ଚାଲି ଆସୁଥିଲା । ରେଡକ୍ରସ ଘରର ଅବସ୍ଥା ନ କହିଲେ ଚଳେ । ଦୁଇମହଲା ବିଶିଷ୍ଟ ରେଡକ୍ରସ ଘର ପିଲାରରୁ ସିମେଣ୍ଟ ଘୋଳ ଖସିପଡିଲାଣି, ପୁଣି କେଉଁଠି ଠାଏ ଠାଏ ଝଡି ପଡିଲାଣି । ଦୁଇମାସ ପୂର୍ବେ ଝରକାକୁ ଲାଗି ରହିଥିବା ସିମେଣ୍ଟ ସ୍ଲାବ ଖସି ପଡ଼ିବା ଘଟଣାରେ ଅଳ୍ପକେ ଛାତ୍ରଛାତ୍ରୀମାନେ ବର୍ତ୍ତି ଯାଇଥିଲେ । ସେହିଦିନଠାରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଏହି ରେଡକ୍ରସ ଘର । ତେବେ ଏହି ରେଡକ୍ରସ ଘରକୁ ଭଙ୍ଗାଯାଇ ସେହି ସ୍ଥାନରେ ନୂତନ ଶ୍ରେଣୀଗୃହ ପାଇଁ ଅଭିଭାବକମାନେ ଦାବି କରିଛନ୍ତି । ଏନେଇ ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ କୁହନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ମହାପାତ୍ର ଲିଖିତ ଅଭିଯୋଗ ଆଣିବା ପରେ ଏନେଇ ସ୍ଥାନୀୟ ବିଡିଓଙ୍କୁ ଆମେ ଅବଗତ କରାଇ ସାରିଛୁ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories