ଶହୀଦ ଅଗ୍ନିବୀର ଅଜୟଙ୍କ ପରିବାରକୁ ଦିଆଯାଇଛି ସହାୟତା: ଭାରତୀୟ ସେନା

ସମାଜ ଡିଜିଟାଲ ଡେସ୍କ: କାର୍ଯ୍ୟ ସମୟରେ ଶହୀଦ ହୋଇଥିବା ଅଗ୍ନିବୀର ଅଜୟ କୁମାରଙ୍କ ପରିବାରକୁ ସହାୟତା ଦିଆଯାଇ ନ ଥିବା ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇଛି ସେନା। ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଥିଲେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଅଗ୍ନିବୀର ଅଜୟଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଥିବା ସଂକ୍ରାନ୍ତରେ ମିଥ୍ୟା କହିଛନ୍ତି। ଏହାର ଜବାବରେ ସେନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରି ସେନା ପକ୍ଷରୁ କୁହାଯାଇଛି ଯେ, ଅଜୟ କୁମାରଙ୍କ ପରିବାରକୁ ୯୮ ଲକ୍ଷ ୩୯ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଆହୁରି ୬୭ ଲକ୍ଷ ଟଙ୍କା ଦିଆଯିବ। ଏହିପରି ମୋଟ ୧ କୋଟି ୬୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଶହୀଦ ଯବାନ ଅଜୟ କୁମାରଙ୍କ ବାପାଙ୍କ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ କୌଣସି ସହାୟତା ପାଇ ନ ଥିବା କହୁଥିବା ଦେଖାଯାଇଥିଲା।

Comments are closed.