ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ମନ୍ତ୍ରୀ

ଗଞ୍ଜାମ: ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ପୋଲସରା ପାତାଳସିଂହୀ ସରକାରୀ ଆଶ୍ରମ ବିଦ୍ୟାଳୟରେ ପହଞ୍ଚିଥିଲେ ମତ୍ସ୍ୟ, ପଶୁସମ୍ପଦ ବିକାଶ ତଥ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ପିଲାମାନେ ସ୍କୁଲରେ ଗଣିତ ପଢୁଥିବା ବେଳେ ଗଣିତ ପ୍ରଶ୍ନ ପଚାରିଥିଲେ ମନ୍ତ୍ରୀ । ପିଲାମାନେ ବି ସଠିକ୍‍ ଉତ୍ତର ଦେଇଥିଲେ । ଏହାସହିତ ଓଡ଼ିଆରେ ଏକ କବିତା ପାଠ କରାଇ ପିଲାଙ୍କୁ ବୁଝାଇଥିଲେ । ସ୍କୁଲରେ କିଭଳି ପାଠ ପଢାଯାଉଛି ସମସ୍ତ ବ୍ୟବସ୍ଥା ଠିକ୍‍ ଅଛି କି ନାହିଁ ପଚାରି ବୁଝିଛନ୍ତି । ଝିଅମାନେ କେଉଁଥିରେ କମ ନୁହଁନ୍ତି, ତୁମେମାନେ ପାଠ ପଢି ଭଲ ମଣିଷ ହେବା ସହ ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମନ୍ତ୍ରୀ କହିଛନ୍ତି ।

Comments are closed.