www.samajalive.in
Sunday, December 7, 2025
13.1 C
Bhubaneswar

ବିପୁଳ ପରିମାଣର ଚୋରା ମଦ ଜବତ, ୪ଗିରଫ

ଚୌଦ୍ୱାର: ଚୌଦ୍ୱାର ଅବକାରୀ ବିଭାଗ ମଙ୍ଗୁଳି ଛକରୁ ୬୦୦ ଲିଟର ବେଆଇନ୍‌ ଦେଶୀ ମଦ ଜବତ କରିବା ସହିତ ମଦ ନେଇ ଯାଉଥିବା ୨ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅଠଗଡ଼ ଅଞ୍ଚଳର ସୂର୍ଯ୍ୟକାନ୍ତ ଦାସ ଏବଂ ଜିନା ମଲ୍ଲିକ । ଅବକାରୀ ଇନିସ୍ପେକ୍ଟର ମାନସୀ ନାୟକଙ୍କ ସୂଚନା ଅନୁଯାୟୀ କଟକ ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଥିବାବେଳେ ଆଠଗଡ଼ ଅଞ୍ଚଳରୁ ଚଣ୍ଡିଖୋଲ ଆଡ଼କୁ ଚୋରାମଦ ଚାଲାଣ ହେଉଥିବା ଖବର ପାଇ କଟକ ଓ ଚୌଦ୍ୱାରର ଅବକାରୀ ବିଭାଗର କର୍ମଚାରୀମାନେ ମଙ୍ଗୁଳି ଛକରେ ଜଗି ରହିଥିଲେ ।

ଓଡ଼ି ୦୫ ଡବ୍ଲୁ ୫୧୦୨ ନମ୍ବରଯୁକ୍ତ ଏକ ବୋଲେରୋ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ଦେଖି ଅବକାରୀ କର୍ମଚାରୀ ମାନେ ତାକୁ ଅଟକାଇ ଯାଞ୍ଚ କରିବାରେ ସେଥିରେ ରବର ବ୍ଲାଡ଼ର ଓ ଜାରକିନ୍‌ରେ ଭର୍ତ୍ତି ହୋଇ ୬୦୦ ଲିଟର ମଦ ରହିଥିବା ଦେଖିବାକୁ ପାଇଥିଲେ । ଗାଡ଼ିରେ ଥିବା ସୂର୍ଯ୍ୟକାନ୍ତ ଓ ଜିନାଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣ ଫେରାର ହୋଇ ଯାଇଥିବା ନାୟକ ସୂଚନା ଦେଇଛନ୍ତି । ମଦ ଗାଡ଼ିକୁ ଜବତ କରିବା ସହିତ ଗିରଫ ଅଭିଯୁକ୍ତ ଦୁଇଜଣଙ୍କୁ ଅଦାଲର୍ତ ଚାଲାଣ କରାଯାଇଛି । ଅନ୍ୟ ଏକ ଘଟଣାରେ ଚୌଦ୍ୱାର ନୂଆସାହି ଓ ଓଟିଏମ୍‌ କଲୋନୀରେ ଚଢ଼ଉ କରାଯାଇ ୮୦ ଲିଟର ମଦ ଜବତ କରାଯିବା ସହିତ ଏସଂକ୍ରାନ୍ତରେ ନୂଆସାହିର ପ୍ରଜାପତି ଦତ୍ତ ଓ ଓଟିଏମ୍‌ କଲୋନୀର ଜିତେନ୍ଦ୍ର କୁଅଁରକୁ ଗିରଫ କରାଯାଇଛି । ଏହି ବିଶେଷ ଚଢ଼ଉ ଅଭିଯାନରେ ଚୌଦ୍ୱାର ଅବକାରୀ ଥାନା ଅଧିକାରୀ ବାପି ସାହୁ, ଆଶୁତୋଷ ଜେନା,ଦେବବ୍ରତ ଓଝା,ତୃପ୍ତିମୟୀ ପରିଡ଼ା,ପିନାକୀ ରାଉତରାୟ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories