www.samajalive.in
Monday, December 15, 2025
24.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ଦେବକୁଣ୍ଡ

ମୟୂରଭଞ୍ଜ ଜିଲାର ଦେବକୁଣ୍ଡ ହେଉଛି ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ଶିମିଳିପାଳର ପାଦଦେଶରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ମା’ଅମ୍ବିକାଙ୍କ ପୀଠ ଅଛି। ପାହାଡ଼, ଝରଣା ସହିତ ଘେରା ଜଙ୍ଗଲ ଦେବକୁଣ୍ଡ ବଣଭୋଜି ପାଇଁ ଏକ ଆକର୍ଷଣୀୟ ସ୍ଥାନ ପାଲଟିଛି। ଝରଣା ଓ ଛୋଟ ଜଳପ୍ରପାତକୁ ମା’ଙ୍କ ମନ୍ଦିର ଲାଗିରହିଛି। ପ୍ରତିବର୍ଷ ଏଠାରେ ମା’ଙ୍କ ଦର୍ଶନ ଓ ବଣଭୋଜି ପାଇଁ ଜନସମାଗମ ହେଉଛି। ମା’ଙ୍କୁ ଦର୍ଶନ କରି ଏଠାରେ ଭକ୍ତମାନେ ବେଶ ଆନନ୍ଦିତ ହୁଅନ୍ତି। ବିଶ୍ୱାସ ରହିଛି ଯେ, ଦେବତାମାନେ ଏଠାରେ ସ୍ନାନ କରି ମା’ଙ୍କୁ ପୂଜା କରିଥିଲେ। ତେଣୁ ଏହା ଦେବକୁଣ୍ଡ ନାମରେ ନାମିତ ହୋଇଛି। ପ୍ରତ୍ୟକ୍ଷ ଦେବୀ ମା’ ଅମ୍ବିକାଙ୍କ ନିକଟରେ ମାନସିକ ପୂରଣ ପାଇଁ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗିଥାଏ। ପାହାଡ଼, ଜଙ୍ଗଲ, ଝରଣାର ମନଲୋଭା ଦୃଶ୍ୟ ଏଠାକୁ ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ। ପର୍ଯ୍ୟଟକଙ୍କ ଭିଡ଼କୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି। ନିକଟରେ ଥିବା ପାର୍କରେ ପିଲାମାନେ ବେଶ ବିଭିନ୍ନ ପ୍ରକାରର ଦୋଳି ଖେଳି ଖୁସି ହୁଅନ୍ତି। ମା’ଙ୍କୁ ଦର୍ଶନ ସହ ସବୁଜଶ୍ୟାମଳ ଭରା ପ୍ରକୃତିର ଦୃଶ୍ୟକୁ ପର୍ଯ୍ୟଟକ ଉପଭୋଗ କରିବା ସହ ବଣଭୋଜିର ମଧ୍ୟ ମଜା ନେଇଥାଆନ୍ତି। କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ବହୁ ଲୋକେ ଏଠାକୁ ଭ୍ରମଣ ପାଇଁ ଆସିଥାଆନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories