ନୈନିତାଲ୍: କମ୍ପାନୀରୁ ହେଉଥିବା ଲାଭାଂଶରେ ଭାଗୀଦାର କରିବା ପାଇଁ ବାବା ରାମଦେବଙ୍କ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି ଉତ୍ତରଖଣ୍ଡ ହାଇକୋର୍ଟ। ବାୟୋଲଜିକାଲ୍ ଡାଇଭର୍ସିଟି ଆକ୍ଟର ୨୦୦୨ ଆଧାରରେ ଉତ୍ତରାଖଣ୍ଡ ହାଇକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ବିଚାରପତି ସୁଧାଂଶୁ ଧୁଲିଆଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ ଆୟୁର୍ବେଦରେ ପ୍ରାକୃତିକ ଜୈବ ସମ୍ପଦ ହିଁ ପ୍ରମୁଖ ଉପାଦାନ ଓ କଞ୍ଚାମାଲ୍ ରୂପେ ବ୍ୟବହୃତ ହେଉଛି। ସ୍ଥାନୀୟ ଅଞ୍ଚଳର ଗୁଳ୍ମ, ଲତା, ଫୁଲ ଫଳ ଆଦି ଜୈବିକ ସମ୍ପଦ ବ୍ୟବହାର କରି କମ୍ପାନୀ ୪୨୧ କୋଟି ଟଙ୍କା ଲାଭ କରିଥିବା ବେଳେ ସେଥିରୁ ୨ କୋଟି ଟଙ୍କା ସ୍ଥାନୀୟ ଅଞ୍ଚଳର କୃଷକଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରିବା ଆବଶ୍ୟକ। ଏଥିପାଇଁ ଜାତିସଂଘର ନିୟମ ଥିବା ବେଳେ ନିୟମ ପାଳନ ପାଇଁ ଭାରତ ସରକାର ଚୁକ୍ତି କରିଛନ୍ତି। ପୂର୍ବରୁ ଏଥିପାଇଁ ଉତ୍ତରାଖଣ୍ଡ ବାୟୋଡାଇଭର୍ସିଟି ବୋର୍ଡ ରାମଦେବଙ୍କ ଦିବ୍ୟ ଫାର୍ମାସୀକୁ ଏହି ନିର୍ଦେଶ ଦେଇଥିବା ବେଳେ ବୋର୍ଡର ନିର୍ଦେଶ ବିରୋଧରେ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
Popular Categories



