www.samajalive.in
Monday, December 15, 2025
17.1 C
Bhubaneswar

ଚାର୍ଜିଙ୍ଗ ବେଳେ ମୋବାଇଲ ବିସ୍ଫୋରଣ; ଗୋଟିଏ ପରିବାରର ୪ ଗୁରୁତର

ମୁମ୍ବଇ: ଶୋଇବା ସମୟରେ ଯଦି ଆପଣ ନିକଟରେ ମୋବାଇଲ ଚାର୍ଜ୍ ଲଗାଇ ଶୋଉଛନ୍ତି, ତେବେ ଏବେଠୁ ସାବଧାନ ହୋଇ ଯାଆନ୍ତୁ । ପୂର୍ବରୁ  ମୋବାଇଲ ଗରମ ହୋଇ ବିସ୍ଫୋରଣ ହେଉଥିବା ଭଳି ଖବର ଶୁଣିବାକୁ ମିଳିଛି । କିନ୍ତୁ ଏବେ ଥଣ୍ଡା ପାଗରେ ମଧ୍ୟ ମୋବାଇଲ ବିସ୍ଫୋରଣ ଘଟି ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁମ୍ବଇର ଥାଣେରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ପୁଲିସ ସୂଚନା ଅନୁଯାୟୀ, ମୁମ୍ବଇର ଥାଣେ ଅନ୍ତର୍ଗତ ଶାହାପୁର ଗ୍ରାମରେ ରାଜୁ ସିଂହ, ତାଙ୍କ ପତ୍ନୀ ଓ ଦୁଇ ପୁଅ ଝିଅ ଗୋଟିଏ ଘରେ ଶୋଇଥିଲେ । ରାଜୁ ସକାଳ ପ୍ରାୟ ସାଢେ ୫ଟାରେ ମୋବାଇଲ ଚାର୍ଜ୍ ରେ ଲଗାଇ ପୁଣି ଶୋଇ ପଡିଥିଲେ । ଏହାର ଅଧଘଣ୍ଟା ପରେ ଅର୍ଥାତ୍ ୬ଟା ବେଳକୁ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ସାରା ନିଆଁ ଖେଳି ଯାଇଥିଲା । ସ୍ଥାନୀୟଲୋକ ବିସ୍ଫୋରଣ ଶବ୍ଦ ଶୁଣି ତାଙ୍କ ଘରକୁ ଦୌଡି ଆସି ଘର ମଧ୍ୟରୁ ରାଜୁଙ୍କ ପରିବାରଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଦୁର୍ଘଟଣାରେ ରାଜୁ ଓ ତାଙ୍କ ପତ୍ନୀଙ୍କ ଶରୀର ୩୫ ପ୍ରତିଶତରୁ ଅଧିକ ଜଳି ଯାଇଥିବା ବେଳେ ଦୁଇ ପିଲା ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏକ ମାସ ପୂର୍ବେ ରାଜୁ ଏହି ଫୋନ କିଣିଥିଲେ ବୋଲି ପୁଲିସକୁ ବୟାନ ଦେଇଛନ୍ତି । ଏହା ସହ ଉକ୍ତ କମ୍ପାନୀ ବିରୋଧରେ ମାମଲା ରୁଜୁ କରିବାକୁ ସେ ଅନୁରୋଧ କରିଛନ୍ତି । ଏପର୍ଯ୍ୟନ୍ତ ପୁଲିସ ଉକ୍ତ ମୋବାଇଲ କମ୍ପାନୀର ନାମା ପ୍ରଘଟ କରିନାହିଁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories