www.samajalive.in
Tuesday, December 9, 2025
16.1 C
Bhubaneswar

ଋଣ ସଙ୍କଟର ସମ୍ମୁଖୀନ ହେବ ମାଳଦ୍ବୀପ : ବିଶ୍ବ ବ୍ୟାଙ୍କ

ମାଲେ: କ୍ଷମତାଠାରୁ ଅଧିକ ଖର୍ଚ୍ଚ କରିବା ଫଳରେ ଦ୍ବୀପର ଦେଶ ମାଳଦ୍ବୀପରେ ଋଣ ସଙ୍କଟ ଦେଖାଦେବା ସହ ଅର୍ଥନୈତିକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବିଶ୍ବ ବ୍ୟାଙ୍କ ଚେତାବନୀ ଦେଇଛି। ମାଳଦ୍ବୀପ, ନେପାଳ ଓ ଶ୍ରୀଲଙ୍ଗା ଦାୟିତ୍ବରେ ଥିବା ବିଶ୍ବ ବ୍ୟାଙ୍କର ଦେଶ ନିର୍ଦେଶକ ଫରିସ୍‌ ଏଚ୍‌ ହଦାଦ୍‌ ଜେର୍ଭୋସ୍‌ କହିଛନ୍ତି ଯେ, ଚଳିତବର୍ଷ ଓ ଆଗାମୀ ବର୍ଷ ପାଇଁ ମାଳଦ୍ବୀପର ବାର୍ଷିକ ଋଣ ଆବଶ୍ୟକତା ୫୧ କୋଟି ୨୦ ଲକ୍ଷ କୋଟି ଡଲାର ହେବ। ଏଥିସହ ୨୦୨୬ ପାଇଁ ୧୦ ଲକ୍ଷ ୭୦ ହଜାର କୋଟି ଡଲାରର ଋଣ ଆବଶ୍ୟକତା ପଡ଼ିବ।

ହଦାଦ୍‌ ଜେର୍ଭୋସ୍‌ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ବିବୃତ୍ତି ଦେବା ପୂର୍ବରୁ ମାଳଦ୍ବୀପର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଦେଶର ଋଣ ପରିମାଣ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୧୦ଧ। ତେବେ ପର୍ଯ୍ୟଟନ ଶିଳ୍ପ ଉପରେ ଅତ୍ୟଧିକ ନିର୍ଭର କରୁଥିବା ଦେଶ କୋଭିଡ୍‌-୧୯ ମହାମାରୀ ଫଳରେ ଲାଗୁ ଲକ୍‌ଡାଉନ ଦ୍ବାରା ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିଲା, ଯାହା ୨୦୨୩ ପରେ ସୁଧୁରିବାରେ ଲାଗିଛି।

- Advertisement -

ଅର୍ଥ ମନ୍ତ୍ରଣାଳୟର ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୨୦୨୩ ପ୍ରଥମ ତ୍ରୟମାସରେ ଦେଶର ଋଣ ପରିମାଣ ୯.୦୮ କୋଟି ଡଲାର ବଢ଼ିଥିବା ବେଳେ ୨୦୨୩ରେ ମୋଟ ଋଣ ପରିମାଣ ୮୦୯କୋଟି ଡଲାରରେ ପହଞ୍ଚିଥିଲା। ଗତ ୧୦ ବର୍ଷ ଧରି ମାଳଦ୍ବୀପ ସରକାର କ୍ଷମତା ଠାରୁ ଅଧିକ ଖର୍ଚ୍ଚ କରୁଛନ୍ତି। ହଦାଦ୍‌ ଜେର୍ଭୋସ୍‌ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ଖର୍ଚ୍ଚ ବୃଦ୍ଧି ଓ ରିଆତି ବଢ଼ିବା ଫଳରେ ଦେଶର ଆର୍ଥିକ କ୍ଷତି ହୋଇଛି। ଫଳରେ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ଋଣ ବଢ଼ିବାରେ ଲାଗିଛି।

ମହଙ୍ଗା ହେବ ଏଟିଏମ୍‌ରେ ଟଙ୍କା ଉଠାଣ

ମାଳଦ୍ବୀପକୁ ସର୍ବାଧିକ ପର୍ଯ୍ୟଟକ ଭାରତରୁ ଆସିଥାନ୍ତି। ତେବେ କିଛି ଦିନ ପୂର୍ବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାଳଦ୍ୱୀପର ତିନିଜଣ ମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେବା ପରେ ଭାରତୀୟ ପର୍ଯ୍ୟଟକ ମାଳଦ୍ବୀପ ଯିବା ବନ୍ଦ କରିଦେଇଥିଲେ। ଏହି ବିବାଦ ପରେ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ପ ବ୍ୟାପକ କ୍ଷତି ସହିଥିଲା। ପର‌୍ୟ୍ୟଟକ ହ୍ରାସ ଯୋଗୁଁ ଦେଶର ଅର୍ଥନୈତିକ ଇଞ୍ଜିନ ପର୍ଯ୍ୟଟନ ଶିଳ୍ପ ମନ୍ଥର ହୋଇଗଲାଣି। ତେବେ ଦେଶର ଅର୍ଥନୀତି ଚଳିତ ବର୍ଷ ୪.୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି, ଯାହା ପୂର୍ବ ଆକଳନ ତୁଳନାରେ କମ୍। ଏହା ଅଭିବୃଦ୍ଧି ଗତିର ମନ୍ଥରତାକୁ ଦର୍ଶାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories