www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶାର ବରପୁତ୍ରଙ୍କ ଫଟୋଚିତ୍ରକୁ ଅସମ୍ମାନ

ଗଞ୍ଜାମ: ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରକୁ ଅସମ୍ମାନ। ଗଞ୍ଜାମ ସହର ମଧ୍ୟରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଚିତ୍ର। ରାଜ୍ୟ ସରକାର ଓଡ଼ିଆ ଭାଷା, ଜାତି ସବକୁ ଗୁରୁତ୍ୱ ଦେଉଥିବାବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ଗଞ୍ଜାମ ସହର ମଧ୍ୟରେ ଅବସ୍ଥିତ ଭାରତୀ ବିଦ୍ୟାପୀଠର ପଶ୍ଚିମ ପାର୍ଶ୍ୱରେ ରହିଥିବା ପାଚେରୀରେ ଓଡ଼ିଶାର ବରପୁତ୍ରମାନଙ୍କ ସୁନ୍ଦର ଫଟୋଚିତ୍ର ଅଙ୍କାଯାଇଛି। ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ତାହା ଅଧିକ ଆକୃଷ୍ଟ କରୁଛି। ଦୁଃଖ ଓ ପରିତାପର ବିଷୟ ଯେଉଁମାନେ ଓଡ଼ିଶା ପାଇଁ ଗର୍ବ ଆଉ ଗୌରବ ସେମାନଙ୍କୁ ଅସମ୍ମାନିତ କରାଯାଉଛି। ତାଙ୍କରି ଫୋଟୋ ଚିତ୍ର ପାଖରେ ଅଳିଆ ଆବର୍ଜନା ଗଦା କରାଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଏଥିପ୍ରତି କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories