www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଥମ ଟେଷ୍ଟ: ଭାରତର ସଂଘର୍ଷ ଜାରି

ସମାଜ ଡିଜିଟାଲ ଡେସ୍କ: ବେଙ୍ଗାଲୁରୁରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ସଂଘର୍ଷ ଜାରି ରହିଛି। ପ୍ରଥମ ଇନିଂସରେ ଦଳ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ପରେ ୨ୟ ଇନିଂସରେ ଭଲ ପ୍ରାରମ୍ଭ କରିଛି। ନ୍ୟୁଜିଲାଣ୍ଡର ୪୦୨ ରନ ଜବାବରେ ଘରୋଇ ଦଳ ୨ ଉଇକେଟ ବିନିମୟରେ ୧୮୦ ରନ୍‌ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛି। ବିରାଟ କୋହଲି ଏବଂ ସର୍ଫରାଜ ଖାନ ଦମଦାର ପ୍ରଦର୍ଶନ କରିଛନ୍ତି।

ବର୍ଷା ବାଧାପ୍ରାପ୍ତ ପ୍ରଥମ ଟେଷ୍ଟର ପ୍ରଥମ ଦିବସ ଖେଳ ହୋଇପାରି ନ ଥିଲା। ୨ୟ ଦିନରେ ଭାରତ ବ୍ୟାଟିଂ କରି ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିଲା। ୫ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଲଢୁଆ ପ୍ରଦର୍ଶନ କରି ୪୦୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଡେଭନ କନଓ୍ବେ ୯୧, ଟିମ ସୌଥି ୬୫ ରନ କରିଥିବାବେଳେ ରଚିନ ରବୀନ୍ଦ୍ର ଶତକୀୟ ପାଳି (୧୩୪) ଖେଳିଥିଲେ।

- Advertisement -

୨ୟ ଇନିଂସରେ ଭାରତ ଭଲ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ୫୨ ରନ ଏବଂ ଯଶଶ୍ଵୀ ଜୟସଓ୍ବାଲ ୩୫ ରନ କରି ଆଉଟ ହେବା ପରେ ବିରାଟ କୋହଲି ଏବଂ ସର୍ଫରାଜ ଖାନ ସ୍ଥିତି ସମ୍ଭାଳିଥିଲେ। କୋହଲି ୪୩ ଏବଂ ସର୍ଫରାଜ ୫୧ ରନ କରି ଅପରାଜିତ ରହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories