www.samajalive.in
Monday, December 8, 2025
24.1 C
Bhubaneswar

ମହଙ୍ଗା ହେବ ଏଟିଏମ୍‌ରେ ଟଙ୍କା ଉଠାଣ

ନୂଆଦିଲ୍ଲୀ: ଏଣିକି ଏଟିଏମ୍‌ରେ ଟଙ୍କା ଉଠାଣ ମହଙ୍ଗା ହେବ। ଏନେଇ ଏଟିଏମ୍‌ ଉଦ୍ୟୋଗ ସଂଘ (ସିଏଟିଏମ୍‌ଆଇ) ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଓ ଭାରତୀୟ ରାଷ୍ଟ୍ରୀୟ ପେମେଣ୍ଟ ନିଗମ (ଏନ୍‌ପିସିଆଇ)କୁ ପତ୍ର ଲେଖିଛି। ଏଟିଏମ୍‌ରେ ଟଙ୍କା ଉଠାଣ ପାଇଁ ଗ୍ରାହକ ଦେଉଥିବା ଇଣ୍ଟରଚେଞ୍ଜ ଶୁଳ୍କ ବୃଦ୍ଧି କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ପ୍ରତି ଉଠାଣ ପାଇଁ ସର୍ବାଧିକ ୨୩ ଟଙ୍କା ଶୁଳ୍କ ବୃଦ୍ଧି ପାଇଁ ସିଏଟିଏମ୍‌ଆଇ ଦାବି କରିଛି। ଗୋଟିଏ ବ୍ୟାଙ୍କର ଏଟିଏମ୍‌ କାର୍ଡ ଦ୍ବାରା ଅନ୍ୟ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ଉଠାଣ କଲେ ଯେଉଁ ମୂଲ୍ୟ ଦେବାକୁ ହୋଇଥାଏ ତାହାକୁ ଇଣ୍ଟରଚେଞ୍ଜ ଶୁଳ୍କ କୁହାଯାଏ। ଏବେ ସମାନ ବ୍ୟାଙ୍କର ଏଟିଏମ୍‌ରେ ସର୍ବାଧିକ ୫ ଥର ଓ ଭିନ୍ନ ବ୍ୟାଙ୍କ ଏଟିଏମ୍‌ ପାଇଁ ସର୍ବାଧିକ ୩ ଥର ବିନା ଶୁଳ୍କରେ ଟଙ୍କା ଉଠାଣ ହୋଇପାରୁଛି। ଏହି ସୀମା ଠାରୁ ଅଧିକ ଥର ଟଙ୍କା ଉଠାଣ କଲେ ଏବେ ୧୭ ଟଙ୍କା ଦେବାକୁ ପଡ଼ୁଛି। ପୂର୍ବରୁ ଏହି ଶୁଳ୍କ ୧୫ ଟଙ୍କା ଥିବା ବେଳେ ୨୦୨୧ରେ ଏହା ୧୭ ଟଙ୍କାକୁ ବୃଦ୍ଧି ହୋଇଥିଲା। ଏଟିଏମ୍‌ ନିର୍ମାଣକାରୀ ଏଜିଏସ୍‌ ଟ୍ରାଜାକ୍ସ ଟେକ୍ନୋଲୋଜିର କାର‌୍ୟ୍ୟକାରୀ ନିର୍ଦେଶକ ଷ୍ଟେନଲେ ଜନ୍‌ସନ ଶୁଳ୍ପ ବୃଦ୍ଧି ପ୍ରସ୍ତାବ ଆର୍‌ବିଆଇକୁ ଦେଇଥିବା ବେଳେ, ଆର୍‌ବିଆଇ ଏହି ପ୍ରସ୍ତାବକୁ ସମର୍ଥନ ଦେବା ଆଶା ଅଛି। ସିଏଟିଏମ୍‌ଆଇ ଆର୍‌ବିଆଇ ନିକଟରେ ୨୧ଟଙ୍କା ଶୁଳ୍କ ବୃଦ୍ଧି ପ୍ରସ୍ତାବ ଦେଇଥିବା ବେଳେ ଅନ୍ୟ ଏଟିଏମ୍‌ ନିର୍ମାଣକାରୀ ଏହାକୁ ୨୩ ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories