ରେଳ ଧାରଣାରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : ତୁରେକେଲା -ହରିଶଙ୍କର ରୋଡ଼ ରେଳ ଧାରଣାରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି କଣ୍ଟାବାଞ୍ଜି ଜିଆରପି ପୁଲିସ ।  ମୃତକ ସ୍ୱାମୀ, ସ୍ତ୍ରୀ ହେଲେ, ଲାଠୋର ଥାନା ଜଳ ପାଙ୍କେଲ ଗାଁର ମକାରୁ ରଣା ଓ ହୀରା ରଣା । ଜିଆରପି ପୁଲିସ ଷ୍ଟେସନ ମାଷ୍ଟରଙ୍କ ମେମୋ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ମକାରୁ କିଛି ଦିନ ହେବ ଚାପଗ୍ରସ୍ତ ରହୁଥିଲେ ଏବଂ ପତ୍ନୀ ହୀରାଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା । ଉଭୟ ଆତ୍ମହତ୍ୟା କରୁଥିବା ଅନୁମାନ କରୁଛି ପୁଲିସ । ମୃତକ ମକାରୁଙ୍କ ବଡ ପୁଅ ଲାଠୋର ଅଞ୍ଚଳରେ ଶିକ୍ଷକତା କରୁଥିବାବେଳେ, ସାନପୁଅ ଗାଁରେ ରୁହେ । ଘରେ ପାରିବାରିକ ଅସନ୍ତୋଷ ଥିବା ପୁଲିସ ଅନୁମାନ କରୁଥିବାବେଳେ, ତଦନ୍ତ ପରେ ସମ୍ପୂର୍ଣ ତଥ୍ୟ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.