ସମୁଦ୍ରରେ ବୁଡ଼ି ଯାଉଥିବାବେଳେ ପର୍ଯ୍ୟଟକ ଉଦ୍ଧାର

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ୬ ଟାବେଳେ ଜଣେ  ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବାବେଳେ ସ୍ରୋତରେ ଭାସି ଯାଉଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ସୂଚନା ପ୍ରକାରେ ଆଜି ଦିଲ୍ଲୀରୁ ଗୋପାଳପୁର ବୁଲିବାକୁ ଆସିଥିବା ୫ ଜଣ ସାଙ୍ଗ ସମୁଦ୍ରରେ ଗାଧୋଉଥିଲେ ।  ଗାଧୋଉଥିବାବେଳେ ଅସାବଧାନତା ଯୋଗୁଁ ସେମାନଙ୍କ ମଧ୍ୟରୁ ସାହିଲ ଖାନ ନାମକ ପର୍ଯ୍ୟଟକ ସ୍ରୋତ ପ୍ରଭାବରେ ଭିତରକୁ ଚାଲିଯାଇଥିଲେ । ଏହି ସମୟରେ ତାଙ୍କ ସାଙ୍ଗ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲ ନେଇଥିବା ସୂଚନା ମିଳିଛି ।

Comments are closed.