www.samajalive.in
Tuesday, December 9, 2025
26.1 C
Bhubaneswar

ରାଉରକେଲାରେ ହାରିଲେ ଦିଲ୍ଲୀପ ରାୟ, ଜିତିଲେ ସାରଦା ନାୟକ

ଭୁବନେଶ୍ବର: ବିଜେପିର ହେଭିୱେଟ ନେତା ଦିଲ୍ଲୀପ ରାୟ ରାଉରକେଲା ବିଧାନସଭା କ୍ଷେତ୍ରରୁ ହାରି ଯାଇଛନ୍ତି। ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ସାରଦା ନାୟକଙ୍କ ସେ କଡ଼ା ଟକ୍କର ଦେଇଥିଲେ। ଶେଷରେ ସାରଦାଙ୍କ ଠାରୁ ମାତ୍ର ୩୫୫୨ ଖଣ୍ଡରେ ଦିଲ୍ଲୀପ ରାୟ ହାରି ଯାଇଥିଲେ।

ରାଉରକେଲା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କଠାରୁ ୩୫୫୨ ଭୋଟରେ ସେ ବିଜୟୀ ହୋଇଛନ୍ତି। ସାରଦା ପ୍ରସାଦ ନାୟକଙ୍କୁ ମୋଟ ୬୪୬୬୦ ଖଣ୍ଡ ଭୋଟ ମିଳିଥିବାବେଳେ ଦିଲ୍ଲୀପ ରାୟ ୬୧୧୦୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

- Advertisement -

ରାଉରକେଲା ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିବବେଳେ ତାଙ୍କୁ ୮୭୫୧ଖଣ୍ଡ ଭୋଟ ମିଳିଛି। ସ୍ବାଧୀନ ପ୍ରାର୍ଥୀ ନିହାର ରାୟ ୨୫୨୨, ବିଶ୍ବନାଥ ଲାକ୍ରା ୨୪୬ ଏବଂ ଥୋମାସ ବାର୍ଥୋଲୋମିଓ ଡୁଙ୍ଗଡୁଙ୍ଗଙ୍କୁ ୨୨୨ ଖଣ୍ଡ ପାଇଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories