www.samajalive.in
Monday, December 15, 2025
24.1 C
Bhubaneswar

ସମାଜ’ ଲୋକମତ ପ୍ରକାଶିତ -ବିଜେଡି: ୭୨ରୁ ୧୦୬, ବିଜେପି:୩୨ରୁ ୫୮

କଟକ : ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଦୈନିକ ‘ସମାଜ’ ପକ୍ଷରୁ କରାଯାଇଥିବା ସବୁଠାରୁ ବଡ଼ ନିରପେକ୍ଷ ସର୍ବେକ୍ଷଣର ଫଳାଫଳ ପ୍ରକାଶ ପାଇଛି। ମିଳିଥିବା ତଥ୍ୟ ଅନୁସାରେ ବିଧାନସଭା ନିର୍ବାଚନରେ ବିଜେଡି ଆଗରେ ରହିଥିବାବେଳେ ଲୋକସଭା ନିର୍ବାଚନରେ ବିଜେପି ଦୁଇ-ତୃତୀୟାଂଶରୁ ଅଧିକ ଭୋଟ ପାଇବାର ଅନୁମାନ କରାଯାଉଛି।

‘ସମାଜ’ର ୪୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ବୁଥ ବାହୁଡ଼ା ମତ ସଂଗ୍ରହ କରିଥିଲେ। ଏହା ସହିତ ମୁଖ୍ୟ କାର୍ଯ୍ୟାଳୟରେ ଏକ ଅଭିଜ୍ଞ ଦଳ ଏହି ସଂଗୃହୀତ ମତାମତଗୁଡିକୁ ବିଶ୍ଲେଷଣ କରି ଆନୁମାନିକ ସ୍ଥିତିର ଆକଳନ କରିଛନ୍ତି। ଏହି ପ୍ରକ୍ରିୟାରେ ‘ସମାଜ’ର କୌଣସି ନିଜସ୍ବ ମତାମତ ପ୍ରତିଫଳିତ ହୋଇନି। ଜନମତ ଅନୁସାରେ, ବିଧାନସଭା ନିର୍ବାଚନରେ ବିଜେଡି ୭୨ରୁ ୧୦୬ଟି ଆସନ ପାଇବାର ଆକଳନ କରାଯାଉଛି। ସରକାର ଗଠନ ପାଇଁ ରାଜ୍ୟରେ ୭୪ ଆସନର ଆବଶ୍ୟକତା ପଡୁଥିବାବେଳେ ବିଜେଡି ଏଠାରେ ସରକାର ଗଠନ କରିବା ସମ୍ଭାବନା ଉଜ୍ଜ୍ବଳ ହୋଇଛି। ଅପରପକ୍ଷରେ ବିଜେପି ୩୨ରୁ ୫୮ଟି ଆସନ ଓ କଂଗ୍ରେସ ୮ରୁ ୧୬ଟି ଆସନ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ଲୋକସଭା ଆସନରେ ବିଜେଡି ୩ରୁ ୭ଟି, ବିଜେପି ୧୪ରୁ ୧୮ ଏବଂ କଂଗ୍ରେସ ଗୋଟିଏ ଆସନ ପାଇବ ବୋଲି ଏହି ସୂତ୍ରରୁ ପ୍ରକାଶ। ତାହାସହିତ ଚଳିତ ନିର୍ବାଚନରେ ସର୍ବେକ୍ଷଣ କରାଯାଇଥିବା ଭୋଟରମାନଙ୍କ ମଧ୍ୟରୁ ସର୍ବାଧିକ ପରିବର୍ତ୍ତନ ସପକ୍ଷରେ ମତ ରଖିଥିବାବେଳେ ଦ୍ବିତୀୟ ସର୍ବାଧିକ ବ୍ୟକ୍ତିତ୍ବ ଆଧାରରେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ତୃତୀୟରେ ଅଭିଜ୍ଞତା ଏବଂ ଚତୁର୍ଥରେ ବିକାଶ ଅଥବା ଅନ୍ୟାନ୍ୟ ବିଷୟକୁ ଭିତ୍ତିକରି ଭୋଟର ପ୍ରାର୍ଥୀ ବାଛିଛନ୍ତି।
ଦୈନିକ ‘ସମାଜ’ ପକ୍ଷରୁ ପ୍ରକାଶକ-ମୁଦ୍ରାକର ଡ. ପ୍ରଭାସ ଆଚାର୍ଯ୍ୟ ଏହି ଆକଳନ ସଂପର୍କରେ ପ୍ରେସ ଇସ୍ତାହାର ପ୍ରକାଶ କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories