କଳାପଥର ଔଷଧ ବ୍ୟବସାୟୀଙ୍କ ତରଫରୁ ଦହିପଣା ବଣ୍ଟନ
କଳାପଥର (ବାଙ୍କୀ): କଳାପଥର ଡାକ୍ତରଖାନା ପରିସରରେ ଔଷଧ ବ୍ୟବସାୟୀଙ୍କ ତରଫରୁ ଅଞ୍ଚଳରେ ପ୍ରଚଣ୍ତ ଖରାରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ସମେତ ପରିବାରବର୍ଗଙ୍କୁ ଦହିପଣା ବଣ୍ଟନ କରିଛନ୍ତି। ପୂର୍ବରୁ ଏହି ବ୍ୟବସାୟୀ ମାନେ ଅନେକ ଜନହିତକର କାମ କରି ଆସୁଥିବା ଦେଖିବାକୁ ମିଳୁଛି। ଏପରିକି ଡାକ୍ତରଖାନା ବନ୍ଦ ସମୟରେ କୌଣସି ଜରୁରୀ ସେବା ଦରକାର ପଡୁଥିଲା ବେଳେ ସଙ୍ଘ ସହଯୋଗ କରୁଥିବା ନଜିର ରହିଛି। ଉକ୍ତ କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ମୁନା ମହାପାତ୍ର, ଆବାହକ ରମେଶ ଚନ୍ଦ୍ର ଦାସ, ସଦସ୍ୟ ରବୀନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ସାହୁ, ବିପିନ ବରାଡ଼, ସଦାଶିବ ଗୁମାନସିଂହ, ମାୟାଧର ସାହୁ, କାଳନ୍ଦୀ ମହାପାତ୍ର, ନବକିଶୋର ଦଳେଇ ପ୍ରମୁଖ ସହଯୋଗରେ ଶତାଧିକ ବ୍ୟକ୍ତିଙ୍କୁ ସର୍ବତ ବଣ୍ଟନ କରାଯାଇଥିଲା।
Comments are closed.