ସମାଜ ଲୋକମତରେ ବିଜେଡି ଓ ବିଜେପିକୁ ଏତିକି ଆସନ, ଲୋକସଭାରେ ଏହି ଦଳର ଆଗରେ

ଭୁବନେଶ୍ୱର/କଟକ- ଦୈନିକ ସମାଜ ପକ୍ଷରୁ ଓଡ଼ିଶାର ବୁଥ୍‌ ବାହୁଡା ମତକୁ ନେଇ ସବୁଠାରୁ ବଡ ନିରପେକ୍ଷ ସର୍ବେକ୍ଷଣ କରାଯାଇଥିଲା । ଏହାର ସର୍ବେକ୍ଷଣ ଅନୁସାରେ ବିଧାନ ସଭା ନିର୍ବାଚନରେ ବିଜେଡି ସବୁଠାରୁ ବଡ ଦଳ ଭାବେ ଉଭା ହେବାର ସମ୍ଭାବନା ଅଧିକ । ବିଜେପି ବି ଏଥର ବେଶ୍‌ ଭଲ ପ୍ରଦର୍ଶନ କରିଛି । କଂଗ୍ରେସ ରାଜ୍ୟର ଅନେକ ଆସନରେ ବିଜୟଲାଭ କରିବାର ସମ୍ଭାବନା ଦେଖା ଦେଇଛି ।

ସବୁଠାରୁ ବଡ କଥା ହେଉଛି ଲୋକ ବିଧାନସଭାରେ ବିଜେଡିକୁ ପସନ୍ଦ କରିଥିବା ବେଳେ ଲୋକସଭା ନିର୍ବାଚନରେ ବିଜେପିକୁ ଅଧିକ ପସନ୍ଦ କରିଛନ୍ତି । ଲୋକସଭା ନିର୍ବାଚନରେ ବିଜେପି ବେଶ୍‌ ଭଲ ପ୍ରଦର୍ଶନ କରିଥିବା ପ୍ରତୀୟମାନ ହେଉଛି । ସମାଜର ଜନମତ ସର୍ବେକ୍ଷଣରେ ବିଜେପି ଲୋକସଭାରେ ୧୫ରୁ ଅଧିକ ଆସନ ପାଇବାର ସମ୍ଭାବନା ଥିବା ବେଳେ ବିଜେଡି ଦୁଇ ଅଙ୍କ ଛୁଇଁ ପାରି ନାହିଁ ।

ରାଜ୍ୟରେ ହୋଇଥିବା ୪ଟି ପର୍ଯ୍ୟାୟ ନିର୍ବାଚନରେ ବୁଥ୍‌ ବାହୁଡା ମତକୁ ନେଇ ଦୈନିକ ସମାଜ ପକ୍ଷରୁ ଲୋକମତ ନିଆ ଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକଙ୍କର ମତ ଲୋଡ଼ା ଯାଇଥିଲା । ରାଜ୍ୟର ସବୁ ଅଞ୍ଚଳରେ ଲୋକସଭାରେ ବିଜେପି ଭଲ ପ୍ରଦର୍ଶନ କରିଛି । ବିଜେଡି ଏଥର ଅନେକ ଆସନ ହରାଇବାର ଆଶଙ୍କା ରହିଛି ।

ସମାଜର ଲୋକମତ ଅନୁସାରେ ବିଧାନସଭାର ୧୪୭ରୁ ଆସନ ମଧ୍ୟରୁ ବିଜେଡି ୭୨ରୁ ୧୦୬ ଆସନ ଜିତିବାର ସମ୍ଭାବନା ରହିଛି । ବିଜେପି ଏଥର ଭଲ ପ୍ରଦର୍ଶନ କରିବାର ସମ୍ଭାବନା ଅଧିକ । ବିଜେପି ୩୨ରୁ ୫୮ ଆସନରେ ବିଜୟ ଲାଭ କରିବାର ସମ୍ଭାବନା ରହିଛି । କଂଗ୍ରେସ ୮ରୁ୧୬ ଏବଂ ଅନ୍ୟ ପ୍ରାର୍ଥୀ ଗୋଟିଏ ଆସନରେ ଜିତି ପାରନ୍ତି ।

 

ସେହପରି ଲୋକ ସଭାରେ ସବୁଠୁ ଆଗରେ ରହିଛି ବିଜେପି । ବିଜେପି ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୪-୧୮ ଆସନରେ ବିଜୟଲାଭ କରିପାରେ । ବିଜେଡି ଚଳିତ ନିର୍ବାଚନରେ ଲୋକସଭାରେ ଦୁଇ ଅଙ୍କ ଛୁଇଁ ନପାରିବା ପରି ଲାଗୁଛି । ବିଜେଡି ୩ ରୁ ୭ ଆସନ ଜିତିବାର ସମ୍ଭାବନା ରହିଛି । ସେହପରି କଂଗ୍ରେସ ଗୋଟିଏ ଆସନ ଜିତିପାରେ । ଅନ୍ୟମାନଙ୍କର ସମ୍ଭାବନା ନାହିଁ ।

ଦୈନିକ ସମାଜ ପକ୍ଷରୁ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ଲୋକମତରେ ଲୋକସଭାରେ ବିଜେଡି ୦-୧ , ବିଜେପି ୬-୭ , କଂଗ୍ରେସ ୦-୧ ଏବଂ ଅନ୍ୟ ୦ ଆସନ ପାଇବାର ସମ୍ଭାବନା ରହିଛି । ଏଥିରେ ବରଗଡ, ସୁନ୍ଦରଗଡ. ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି , ନବରଙ୍ଗପୁର ଏବଂ କୋରପୁଟର ସଂସଦୀୟ କ୍ଷେତ୍ର ସହ ସେଥିରେ ଥିବା ସମସ୍ତ ବିଧାନସଭାର ଲୋକମତ ସଂଗ୍ରହ କରାଯାଥିଲା ।
ଏହି ପର୍ଯ୍ୟାୟର ବିଧାନସଭାରେ ବିଜେଡି ୧୯-୩୦ ବିଜେପି ୧୪-୨୨, କଂଗ୍ରେସ ୦୪-୦୭, ଅନ୍ୟ ଗୋଟିଏ ଆସନରେ ଜିତିବାର ସମ୍ଭାବନା ରହିଛି । ସମ୍ପୂର୍ଣ୍ଣ ବିବରଣୀ ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ।

ସମାଜ ଲୋକମତ -୧

ଦୈନିକ ସମାଜ ପକ୍ଷରୁ କରାଯାଇଥିବା ଦ୍ୱିତୀୟ ଲୋକମତରେ ପୁରୀ, ଢେଙ୍କାନାଳ,କନ୍ଧମାଳ,କଟକ, ଆସ୍କା, ବ୍ରହ୍ମପୁର ର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନକୁ ସାମିଲ କରାଯାଇଥିଲା । ଏହି ପର୍ଯ୍ୟାୟ ଲୋକସଭାରେ ବିଜେଡି୧-୩, ବିଜେପି ୪-୬, କଂଗ୍ରେସ ୦ , ଅନ୍ୟାନ୍ୟ ୦ ବିଧାନସଭା ନିର୍ବାଚନରେ ବିଜେଡି୨୪-୩୯ , ବିଜେପି ୮-୧୯, କଂଗ୍ରେସ ୨-୬ ଏବଂ ଅନ୍ୟାନ୍ୟ୦ ଆସନ ଜିତିବାର ସମ୍ଭାବନା ରହିଛି ।
ସମ୍ପୂର୍ଣ୍ଣ ଖବର ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ

ସମାଜ ଲୋକମତ -୨

ସମ୍ପୂର୍ଣ୍ଣ ବିବରଣୀ ପାଇଁ ୪ତାରିଖର ଦୈନିକ ସମାଜ ଦେଖିବାକୁ ଭୁଲିବେନି ।

 

Comments are closed.