www.samajalive.in
Monday, December 8, 2025
16.1 C
Bhubaneswar

ସମାଜର ଏକ୍‌ଜିଟ୍‌ପୋଲ୍‌: ଜାଣନ୍ତୁ ଆସନ ଅନୁସାରେ ଫଳାଫଳର ସମ୍ଭାବନା

ଶେଷ ହୋଇଛି ନିର୍ବାଚନ-୨୦୨୪। ଇଭିଏମରେ ବନ୍ଦ ହୋଇଯାଇଛି ଫଳାଫଳ। ସରିଯାଇଛି ଗହଳଚହଳ। ତେବେବଢି ଚ଼ାଲିଛି ଲୋକଙ୍କ ଉତ୍କଣ୍ଠା; ନେତା ଓ କର୍ମୀଙ୍କ ହୃଦସ୍ପନ୍ଦନ। ଅନ୍ୟ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନ ବିଭିନ୍ନ ଦୃଷ୍ଟିକୋଣରୁ ଭିନ୍ନ ଥିଲା। ଏତେ ନେତା ଓ କର୍ମୀଙ୍କ ଦଳବଦଳ ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ନିର୍ବାଚନ ଘୋଷଣା ପରଠାରୁ ଆରମ୍ଭ ହୋଇଥିବା ଦଳବଦଳ ପାଲା ଚାଲିଥିଲା। ବହୁ ଟିକଟ ଅଶାୟୀ ଦଳ ବଦଳ କରି ନଥିଲେ ସୁଦ୍ଧା ଦଳ ସପକ୍ଷରେ ମଧ୍ୟ ବାହାରି ନଥିଲେ। ସେହିପରି ତିନି ପ୍ରମୁଖ ଦଳ ଚଳିତ ନିର୍ବାଚନକୁ ନିଜର ସମ୍ମାନର ପ୍ରଶ୍ନ ମନେ କରି ନିର୍ବାଚନ ଲଢ଼ୁ ଥିବା ଦେଖିବାକୁ ମିଳିଥିଲା।

 

- Advertisement -

 

ବିଶେଷ ଭାବେ ବିଜେଡି- ବିଜେପି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବବୋଲି ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଯେଭଳି ଭାବେ ଆରୋପ-ପ୍ରତ୍ୟାରୋପରେ ନିର୍ବାଚନ ଲଢ଼ିଲେ ତାହା ଚଳିତ ନିର୍ବାଚନର ଅନ୍ୟତମ ପ୍ରମୁଖ ଚର୍ଚ୍ଚାର ବିଷୟ ଥିଲା। ସ୍ଥାନୀୟ ସମସ୍ୟା ସହବିଭିନ୍ନ ପ୍ରସଙ୍ଗ ନିର୍ବାଚନ ଫଳାଫଳର ଗଣିତ ଓଲଟପାଲଟ କରି ଦେଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ଦୈନିକ ‘ସମାଜ’ ବିଭିନ୍ନ ବର୍ଗର ଲୋକଙ୍କୁନେଇ ଜନମତ ସଂଗ୍ରହ କରିଛି। ଆଜି ପ୍ରଥମ ପର୍ଯ୍ୟାୟରେ ୭ଟି ବିଧାନସଭା ଏବଂ ଏହା ଅନ୍ତର୍ଗତ ୪୯ଟି ବିଧାନସଭାରେ କିଏ ଆଗରେ ଏବଂ କାହା ସହ କଡ଼ା ମୁକାବିଲା ତାହା ଉପସ୍ଥାପନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories