ଛାତରୁ ଖସିପଡ଼ି ଦାଦନ ଶ୍ରମିକ ମୃତ

କଲ୍ୟାଣସିଂହପୁର : ରାଜ୍ୟରେ ଦାଦନ ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଠିକ ସେହିପରି ଦାଦନ ଖଟିବାକୁ ଯାଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ରାୟଗଡ଼ା ଜିଲ୍ଲାରେ ବେକାରୀ ସମସ୍ୟା ଓ ବେରୋଜଗାର ବଢୁଥିବାରୁ ରାଜ୍ୟ ବାହାରକୁ ବିଭିନ୍ନ ସ୍ଥାନରେ ଖଟିବାକୁ ଯାଇ ଅନେକ ଫେରି ଆସୁଥିବାବେଳେ କିଛି ଜଣ ଶବ ହୋଇ ଫେରନ୍ତି । ଆଉ କାହାକୁ ସେଠାରେ ସତ୍କାର କରାଯାଏ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ସିକରପାଇ ପଞ୍ଚାୟତର ଲଷ୍ମୀନଗର ଗ୍ରାମରେ । ଗତ କିଛି ମାସ ତଳେ ଏହି ଗ୍ରାମର ଯୁବକ ଗଣେଶ ହାତିମୁଣ୍ଡିଆ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରକୁ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ ମେସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ଗତ ଦୁଇଦିନ ପୂର୍ବେ ତିନି ମହଲା କୋଠା ଘର ଉପରେ କାର୍ଯ୍ୟ କରୁଥିବା ବେଳେ ଖସିପଡ଼ିଥିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ପରିବାରକୁ ଖବର ଦେବାପରେ ପରିବାର ଲୋକେ ବିଶାଖାପାଟଣା ଯାଇ ମୃତଦେହକୁ ସିକରପାଇ ଆଣି ଶବ ଦାହ କରିଥିଲେ।

 

Comments are closed.