www.samajalive.in
Sunday, December 14, 2025
19.1 C
Bhubaneswar

ଓଡ଼ିଶାରେ ନିର୍ବାଚନୀ ଉଷ୍ମତା ବୃଦ୍ଧି – ମେ’ ୨୦ରେ ୫ ଲୋକସଭା ଆସନ ପାଇଁ ନିର୍ବାଚନ

ଡେସ୍କ: ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶାରେ ପ୍ରମୁଖ ରାଜନୈତିକ ଦଳର ଶୀର୍ଷ ନେତାମାନେ ମାରାଥନ ପ୍ରଚାର କରୁଛନ୍ତି। ଏହି ପର୍ଯ୍ୟାୟରେ ମେ’ ୨୦ରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୩୫ଟି ବିଧାନସଭା ଆସନରେ ଏକକାଳୀନ ମତଦାନ ହେବ।

ଥାଇଲାଣ୍ଡ ଓପନ୍ ସେମିଫାଇନାଲରେ ସାତ୍ଵିକ-ଚିରାଗ ଓ ଅଶ୍ୱିନୀ-ତନିଶା

- Advertisement -

ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ରାଉରକେଲାରେ ଏକ ସାଧାରଣ ସଭାରେ ବର୍ତ୍ତମାନର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପାଇଁ ସମର୍ଥନ ଲୋଡ଼ିଛନ୍ତି। ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବ ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିକାଶ ମୂଳକ କାର୍ଯ୍ୟ କରିନାହାନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ମାମଲା – ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ବିଜେପି ନେତ୍ରୀ ତଥା ଅଭିନେତ୍ରୀ ହେମା ମାଳିନୀ କଟକ ଓ ପିପିଲିରେ ରୋଡ୍ ସୋ କରିବା ସହ ଭୁବନେଶ୍ୱରରେ ଏକ ସାଧାରଣ ସଭା କରିଥିଲେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆସିକା ସଂସଦୀୟ କ୍ଷେତ୍ରର କବିସୂର୍ଯ୍ୟନଗରରେ ଏକ ରାଲି କରିଥିଲେ।

ଆପ୍ ସାଂସଦ ସ୍ୱାତୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ – କେଜ୍ରିଓ୍ଵାଲଙ୍କୁ ସମାଲୋଚନା କଲେ ସୀତାରମଣ

ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମାଞ୍ଚଳରେ ପ୍ରଚାର କରୁଛନ୍ତି। ଆଜି ସେ ସମ୍ବଲପୁରର ପିଏଚ୍ଡି ପଡ଼ିଆ, ବରଗଡ଼ର ନକଟିଦୁଲା, ଅନୁଗୁଳ ଓ ଢେଙ୍କାନାଳରେ ସାଧାରଣ ସଭା କରିଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି ସେ କହିଛନ୍ତି ଯେ ବିଜେଡି ସରକାର କ୍ରମାଗତ ଷଷ୍ଠ ଥର ପାଇଁ କ୍ଷମତାକୁ ଆସିଲେ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦେବେ।

ବିରୋଧି ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି – ନବୀନ

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories