ଢେଙ୍କାନାଳ ସଦର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଢେଙ୍କାନାଳ ଗସ୍ତରେ ଆସି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଛନ୍ତି। ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ ପଚାରିଥିଲେ। ସେ ଜୁଲାଇ ମାସରୁ ଆଉ ବିଜୁଳି ବିଲ୍ ଆସିବ ନାହିଁ ବୋଲି କହିଥିଲେ। ଆପଣମାନେ ଖୁସି ତ ବୋଲି କହିଥିଲେ। ମା’ସମଲେଇଙ୍କ କାମ ଏବଂ ପୁରୀ କାମ ଭଲ କି ନାହିଁ ବୋଲି ଉପସ୍ଥିତ ଲୋକଙ୍କୁ ପଚାରିବା ପରେ ବିରୋଧି ଦଳ ନିର୍ବାଚନ ବେଳେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଓଡ଼ିଶାବାସୀ ପୁଣି ଥରେ ତାଙ୍କୁ ଆଶୀର୍ବାଦ କରିବା ପାଇଁ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ କରିଥିଲେ। ବିଜେଡି ନେତା କାର୍ତିକ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଜନତାଙ୍କୁ କହିଥିଲେ ଯେ, ଆପଣମାନଙ୍କର ବିପୁଳ ସଂଖ୍ୟାରେ ଯୋଗଦାନ ଯୋଗୁ ବିରୋଧିଙ୍କ ଆତ୍ମ ବିଶ୍ୱାସ ଭାଙ୍ଗି ଯାଇଛି।
Popular Categories



