ସ୍ୱାତୀ ମାଲିୱାଲ ଅସଦାଚରଣ ମାମଲା, ଅନେକ କଥା ସତ ନୁହେଁ – ଆତିଶୀ
ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବଙ୍କ ବିରୋଧରେ ସ୍ୱାତୀ ମାଲିୱାଲ ଦାଖଲ କରିଥିବା ଏତଲାରେ ଥିବା ଅନେକ କଥା ମିଛ ବୋଲି ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି। ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସ୍ୱାତୀ ମାଲିୱାଲଙ୍କ ସହ ହୋଇଥିବା ଅସଦାଚରଣର ଏକ ଭିଡିଓ ପ୍ରମାଣିତ କରିଛି ଯେ ବିଭବଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ଅନେକ କଥା ସତ ନୁହେଁ। ଏହି ମାମଲାରେ ବିରୋଧୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଆତିଶୀ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଆମ୍ ଆଦମୀ ପାର୍ଟି ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଉଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେ ମହିଳାମାନଙ୍କ ପାଇଁ ଏକାକୀ ଲଢୁଛନ୍ତି ଏବଂ ଏବେ ସେ ନିଜ ପାଇଁ ମଧ୍ୟ ଲଢିବେ।
ଓଡ଼ିଶାରେ ନିର୍ବାଚନୀ ଉଷ୍ମତା ବୃଦ୍ଧି – ମେ’ ୨୦ରେ ୫ ଲୋକସଭା ଆସନ ପାଇଁ ନିର୍ବାଚନ
Comments are closed.