www.samajalive.in
Sunday, December 7, 2025
14.1 C
Bhubaneswar

ରୋଲ୍ ଖାଇବା ପୂର୍ବରୁ ଥରେ ଭାବନ୍ତୁ; ଖରାପ ଚିକେନ୍ ପ୍ରସ୍ତୁତ ରୋଲ୍ ଖାଇ ୧୯ ବର୍ଷୀୟ ଯୁବକ ମୃତ, ଦୋକାନୀ ଗିରଫ..

ମୁମ୍ବଇ : ମୁମ୍ବଇର ମହାରାଷ୍ଟ୍ର ନଗରରେ ଖରାପ ଚିକେନରେ ପ୍ରସ୍ତୁତ ଶୱାରମା ରୋଲ୍ ଖାଇ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାସହ ଅନ୍ୟ କେତେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମାମଲା ରୁଜୁ କରାଯିବା ସହ ପୁଲିସ ଉକ୍ତ ଦୋକାନୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଯୋଗ୍ୟ, ମହାରାଷ୍ଟ୍ର ନଗରରେ ୩ ମେ ସନ୍ଧ୍ୟା ୬ଟାରେ ୧୯ ବର୍ଷୀୟ ପ୍ରଥମେଶ ରୋଲ୍ ଖାଇଥିଲେ। ପରଦିନ ୪ ମେ’ରେ ସକାଳ ୭ଟାରୁ ତାଙ୍କ ପେଟରେ ଯନ୍ତ୍ରଣା ସହ ବାନ୍ତି ହୋଇଥିଲା। ଘର ଲୋକେ ତୁରନ୍ତ ତାଙ୍କୁ ନିକଟରେ ଥିବା ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ଆରାମ ଅନୁଭବ ହେବାରୁ ଘରକୁ ପଳାଇ ଆସିଥିଲେ। ଦିନ ଯାକ ଘରେ ଅନ୍ୟ କୌଣସି ଖାଦ୍ୟ ଖାଇନଥିଲେ।

ବିକ୍ରି ହେଉଛି ନକଲି ମସଲା ; ଏକଦମ୍ ସହଜ, ଏମିତି ଜାଣନ୍ତୁ ମସଲା ଅସଲି କି ନକଲି..

- Advertisement -

ମେ’୫ରେ ସକାଳ ୮ଟାରେ ପୁଣି ଥରେ ପ୍ରଥମେଶଙ୍କର ପେଟରେ ଯନ୍ତ୍ରଣା ଓ ବାନ୍ତି ଆରମ୍ଭ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ମଧ୍ୟ ଡାକ୍ତର ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇଥିଲେ। ମାତ୍ର ପୁଣି ଥରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ ପୁନଃ ହସ୍ପିଟାଲ ନିଆଯାଇଥିଲା। ଡାକ୍ତରଙ୍କ ଚିକିତ୍ସା ପରେ ମଧ୍ୟ ପ୍ରଥମେଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ମେ’୭ରେ ସକାଳ ପ୍ରାୟ ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପୁଲିସ ଦୋକାନୀକୁ ଗିରଫ କରିବା ସହ ରୋଲର ନମୁନାକୁ ପରୀକ୍ଷା କରିବା ପାଇଁ ପଠାଯାଇଛି। ପ୍ରାଥମିକ ଯାଞ୍ଚ ଅନୁଯାୟୀ, ଖରାପ ଚିକେନରୁ ପ୍ରସ୍ତୁତ ଶୱାରମା ରୋଲ୍ ଖାଇବାରୁ ପ୍ରଥମେଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି।

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories