www.samajalive.in
Sunday, December 7, 2025
26.1 C
Bhubaneswar

ଇଣ୍ଡିଆନ୍‌‌ ଆଇଡଲ୍‌‌ ବିଜେତାଙ୍କ ପ୍ରଥମ ଭିଡିଓ ଆଲବମ୍‌‌ ଉନ୍ମୋଚିତ

ମୁମ୍ବଇ : ଇଣ୍ଡିଆନ୍‌‌ ଆଇଡଲ୍‌‌ ୨୦୨୨ର ବିଜେତା ସୁପରଷ୍ଟାର ଗାୟକ ମହମ୍ମଦ ଫେଜ୍‌‌ ଜଣେ ପରିଚିତ ଚେହେରା। ସେ ତାଙ୍କର ପ୍ରଥମ ଭିଡିଓ ଆଲବମ୍‌‌ ‘ତେରୀ ଚାହତୋ ସେ’କୁ ମୁମ୍ବଇର ପ୍ରସିଦ୍ଧ ଆର.ଏଫ.ଆଇ ଷ୍ଟୁଡିଓ ,ଗୋରେଗାଓଁ ମୁମ୍ବାଇରେ ବହୁ ଚଳଚ୍ଚିତ୍ର ତାରକା ଏବଂ ସେଲିବ୍ରିଟିଙ୍କ ଗହଣରେ ଲଞ୍ଚ କରାଯାଇଥିଲା। ନ୍ୟାସନାଲ ୟୁଥ୍‌‌ ଆୱାର୍ଡିଜ୍‌‌ ଫେଡରେସନରେ ନ୍ୟାସନାଲ୍‌‌ ଜେନେରାଲ୍‌‌ ସେକ୍ରେଟାରୀ ଓ ମିଶନ ଟୁ ସକ୍‌‌ସେସ୍‌‌ର ରଚୟିତା ଯୁବ ସମାଜ ସେବୀ ଡକ୍ଟର ବିଜୟ ମହାରଣା କହିଛନ୍ତି, ‘ସୁପରଷ୍ଟାର ଗାୟକ ମହମ୍ମଦ ଫେଜ୍‌‌ଙ୍କର ମୁଁ ବଡ ପ୍ରଂଶସକ। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିବାରୁ ମୁଁ ବହୁତ ଖୁସି। ଏହି ପ୍ରଥମ ଭିଡିଓ ଆଲବମ୍‌‌ଟିର ନିର୍ଦ୍ଦେଶନା ଅନିଲ୍‌‌ ମହାରଣା ଦେଇଛନ୍ତି। ଅନିଲ୍‌‌ ହେଉଛି ଜଣେ ଓଡିଆ। ଖୁବ କମ୍‌‌ ବୟସରେ ଅନିଲ୍‌‌ ଅନେକ ବଡ ବଡ ସେଲିବ୍ରିଟଙ୍କ ସହ କାମ କରି ଅନେକ ସୁନାମ ଅର୍ଜନ କଲେଣି। ଏହା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ। ବିଶିଷ୍ଟ ସମାଜସେବୀ ସୂର୍ଯ୍ୟ ଗୌଡ ଅନିଲ୍‌‌ଙ୍କ ନିର୍ଦ୍ଦେଶନା ଓ ଡକ୍ଟର ବିଜୟ ମହାରଣାଙ୍କ ଦ୍ୱାରା ନିକଟ ଭବିଷ୍ୟତରେ ରିଲିଜ୍‌‌ ହେବାକୁ ଥିବା ଚଳଚ୍ଚିତ୍ର ପାଇଁ ଅନେକ ଶୁଭକାମନା ଜଣାଇଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories