www.samajalive.in
Sunday, December 7, 2025
23.1 C
Bhubaneswar

୩ଟି ଗାଡିକୁ ଧକ୍କା ଦେଲା ଟ୍ରକ; ୧୦ ମୃତ, ୨୦ ଆହତ

ମୁମ୍ବଇ : ମହାରାଷ୍ଟ୍ରର ଧୁଲେ ଜିଲାରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତ ଗତିରେ ଥିବା କଣ୍ଟେନର ଟ୍ରକ ୩ଟି ଗାଡିକୁ ଧକ୍କା ଦେବା ପରେ ରାଜପଥରେ ଥିବା ଏକ ହୋଟେଲ ମଧ୍ୟକୁ ପଶିଯାଇଥିଲା। ଟ୍ରକ ଧକ୍କାରେ ଏଯାଏଁ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୨୦ ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦ୍ରୁତ ଗତିରେ ଥିବାରୁ ଟ୍ରକ ଅନିୟନ୍ତ୍ରିତ ହୋଇ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ଅନିୟନ୍ତ୍ରିତ ହୋଇ ହୋଟେଲ ଭିତରକୁ ପଶି ଚଢି ଯାଇଥିଲା। ହୋଟେଲରେ ଖାଇବା ପାଇଁ ଲୋକଙ୍କ ଭିଡ ଥିବାରୁ ଟ୍ରକ ଧକ୍କା ଫଳରେ ଲୋକଙ୍କ ଜୀବନ ଚାଲିଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଏହି ଦୁର୍ଘଟଣା ରାଜଧାନୀ ଠାରୁ ୩୦୦ କିଲୋମିଟର ଦୂର ମୁମ୍ବଇ-ଆଗ୍ରା ରାଜପଥରେ ପଲାସନେର ଗାଁ ନିକଟରେ ପୂର୍ବାହ୍ନ ୧୦ଟା୪୫ରେ ଘଟିଛି। ଟ୍ରକର ବ୍ରେକ୍‌‌ ଫେଲ୍‌‌ ହେବାରୁ ଓ ଦ୍ରୁତ ଗତି କାରଣରୁ ଏହା ଅନିୟନ୍ତ୍ରିତ ହୋଇ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି। ଏହି ଟ୍ରକଟି ମୋଟରସାଇକେଲ, ଏକ କାର୍‌‌ ଓ ଆଉ ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଛି। ଟ୍ରକଟି ମଧ୍ୟପ୍ରଦେଶରୁ ଧୁଲେ ଆଡକୁ ଯାଉଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories