www.samajalive.in
Saturday, December 13, 2025
27.1 C
Bhubaneswar

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିବାକୁ ଆସନ୍ତା ୩୦ ତାରିଖରେ ଛତ୍ରପୁର ଆସିବେ। ସେ ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବାରୁ ନାମାଙ୍କନ ଦାଖଲ କରିବାକୁ ଛତ୍ରପୁର ଉପଜିଲାପାଳ କାର୍ଯ୍ୟାଳୟରେ ପହଞ୍ଚିବେ।  ତେବେ ଛତ୍ରପୁର ପହଞ୍ଚିବା ପୂର୍ବରୁ ସେ ମା’ ତାରାତାରୀଣିଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୩୦ ତାରିଖ ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହେଲିକେପ୍ଟରରେ ଆସି ତାରାତାରିଣୀ ଛକ ନିକଟ ନରସିଂହପୁର ଛକ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ। ସେଠାରୁ କାର ଯୋଗେ ତାରାତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିବେ। ଦର୍ଶନ ସାରି ପୁଣିଥରେ ହେଲିପ୍ୟାଡକୁ ଫେରି ହେଲିକେପ୍ଟର ଯୋଗେ ଛତ୍ରପୁର ସ୍ଥିତ ଅନସ୍ଲୋ ସ୍କୁଲ ପରିସର ହେଲିପ୍ୟାଡରେ ଓହ୍ଲାଇବେ। ସେଠାରୁ କାର୍‌ ଯୋଗେ ଛତ୍ରପୁର ସର୍କିଟ ହାଉସ ଯାଇ କିଛି ସମୟ ରହିବା ପରେ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ନାମାଙ୍କନ ଦାଖଲ କରିବେ।  ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଛତ୍ରପୁର ଗସ୍ତ କରିବେ ବୋଲି ଶୁଣିବାକୁ ମିଳୁଛି। ଏହି ସମୟରେ ବହୁ ବିଜେଡି ନେତା ଓ କର୍ମୀଙ୍କ ସମାବେଶ ହେବ ବୋଲି ଜଣାପଡିଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories