ଡେସ୍କ: ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ କୁମାର ସିଂହ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ୧୯୯୬ ବ୍ୟାଚ୍ର ଏହି ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି। ତାଙ୍କ ଆବେଦନକୁ ରାଜ୍ୟ ଗୃହ ବିଭାଗ ଗତ ୧୫ ତାରିଖରେ ମଞ୍ଜୁରୀ ପ୍ରଦାନ କରିଛି। ସଞ୍ଜୟ ସିଂହ ନିଶାଦ୍ରବ୍ୟ ନିୟନ୍ତ୍ରଣ ବିଭାଗ (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ)ର ଡେପୁଟି ଡିଜି ଭାବେ ଦାୟିତ୍ୱ ତୁଲାଉଥିଲେ।
ବିହାରର ମୂଳ ବାସିନ୍ଦା ଶ୍ରୀ ସିଂହଙ୍କ ୪ ବର୍ଷ ବାକି ଥିବା ବେଳେ ସେ କାହିଁକି ସ୍ୱେଚ୍ଛାକୃତ ଅବସର ନେଲେ ତାହାର କାରଣ ଜଣାପଡି ନାହିଁ।



