www.samajalive.in
Sunday, December 7, 2025
14.1 C
Bhubaneswar

ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା : ୨୯ ମାଓବାଦୀ ମୃତ

ମାଲକାନଗିରି : ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଗୁଳିରେ ପ୍ରାୟ ୨୯ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ତୁଙ୍ଗ କମାଣ୍ଡର ଶଙ୍କର ରାଓ ସାମିଲ ଥିବା କୁହାଯାଇଛି। ସୂଚନାଯୋଗ୍ୟ ଶଙ୍କରଙ୍କୁ ଧରାଇ ଦେବାକୁ ସରକାର ପୂର୍ବରୁ ୨୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମାଓବାଦୀଙ୍କ ଆକ୍ରମଣରେ ବିଏସ୍‌ଏଫ୍‌ ଇନ୍ସପେକ୍ଟର ଏବଂ ଡିଆର୍‌ଜିର ଜଣେ ଯବାନଙ୍କ ସମେତ ତିନିଜଣ ଆହତ ହୋଇଛନ୍ତି। ମାଓବାଦୀଙ୍କ ଶିବିରରୁ ୭ଟି ଏକେ୪୭ ରାଇଫଲ ଓ ଦୁଇଗୋଟି ଲାଇଟ୍‌ ମେସିନ୍‌ ବନ୍ଧୁକ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର କାଙ୍କେର ଜିଲାରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିଲା। ମଙ୍ଗଳବାର ବିଏସ୍‌ଏଫ୍‌ ଏବଂ ଡିଆର୍‌ଜି ଯବାନମାନେ ଛୋଟେବେଥିଆ ଥାନା କଲପର୍ ଜଙ୍ଗଲରେ ତଲାସି ଅଭିଯାନ ଚଳାଇଥିବାବେଳେ ମାଓବାଦୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଯବାନ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏହି ବଡ଼ ଧରଣର ଗୁଳି ବିନିମୟ ଜାରି ରହିଥିବାବେଳେ ଏଥିରେ ୨୯ଜଣ ମାଓବାଦୀ ନିହତ ହେବା ସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ନିର୍ବାଚନ ପୂର୍ବରୁ ମାଓବାଦୀମାନେ ଯେପରି କୌଣସି ଅଘଟଣ ନ ଘଟାନ୍ତି ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories