www.samajalive.in
Sunday, December 14, 2025
17.1 C
Bhubaneswar

ଏହି ଦୁଇ ଦେଶକୁ ଯାତ୍ରା ନକରିବାକୁ ପରାମର୍ଶ: ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଯେକୌଣସି ପରିସ୍ଥିତିରେ ଇରାନ୍‌‌ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇପାରେ। ଫଳରେ ଇରାନ ଓ ଇସ୍ରାଏଲକୁ ଯାତ୍ରା କରିବାକୁ ଯାଉଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ ଆଗାମି ସୂଚନା ନଦିଆଯିବା ଯାଏ ଇରାନ୍‌‌ କିମ୍ବା ଇସ୍ରାଏଲ ଯାତ୍ରା ନକରିବାକୁ ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ ମନ୍ତ୍ରଣାଳୟ ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ଅନୁରୋଧ କରି କହିଛି ଯେ ସେମାନେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରୁହନ୍ତୁ ଏବଂ ନିଜର ରେଜିଷ୍ଟ୍ରେସନ କରାଇ ନିଅନ୍ତୁ। ଶୁକ୍ରବାର ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।

- Advertisement -

ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍‌‌ ଏବଂ ଇସ୍ରାଏଲ ଯାତ୍ରାଠାରୁ ଦୂରେଇ ରହିବାକୁ ଭାରତୀୟମାନଙ୍କୁ କୁହାଯାଇଛି। ଇରାନ ଆଗାମି ୪୮ଘଣ୍ଟା ଭିତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଏକ ରିପୋର୍ଟ ଆସିବା ପରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯେଉଁ ଭାରତୀୟମାନେ ବର୍ତ୍ତମାନ ଇରାନ୍‌‌ ଏବଂ ଇସ୍ରାଏଲରେ ରହୁଛନ୍ତି ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ଏବଂ ରେଜିଷ୍ଟ୍ରେସନ କରିବାକୁ ପରାମର୍ଶ ଦିଆଯାଇଛି। ନିଜ ସୁରକ୍ଷା ପ୍ରତି ସାବଧାନତା ଅବଲମ୍ବନ କରିବା ସହ ବାହାରକୁ ଯିବାଆସିବା ସୀମିତ ରଖୁନ୍ତୁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଯୁଦ୍ଧର ସମ୍ଭାବନା

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories