www.samajalive.in
Monday, December 8, 2025
16.1 C
Bhubaneswar

ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ପର୍ବର ପାଟଯାତ୍ରା ସମ୍ପନ୍ନ

ଚନ୍ଦନେଶ୍ୱର : ଦୀର୍ଘ ୧୨ଦିନ ଧରି ପାଳିତ ହେଉଥିବା ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ପର୍ବର ମୁଖ୍ୟ ପାଟଯାତ୍ରା ଶୁକ୍ରବାର ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ଦଶ ନଖି ବେଶକୁ ୫ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଦର୍ଶନ କରିଛନ୍ତି। ମାନସିକଧାରୀ ଭକ୍ତ ଜିଭ ଓ କାଖରେ କଣ୍ଟା ଫୋଡିଥିଲେ। ଘଟକୁ ସାନଡଭା ଗାଁର ଗୌରୀ ଶଙ୍କର ପଣ୍ଡିତ ମୁଣ୍ଡରେ ଧାରଣ କରି ବାଡ଼ସରିଷା ହାକାଣ୍ଡ ପୋଖରୀ ନିକଟରୁ ମନ୍ଦିର ପର୍ଯ୍ୟନ୍ତ ନେଇ ଆସିଥିଲେ। ବରବରିଆ ଗାଁର ବାଦ୍ୟକାରଙ୍କ ପାରମ୍ପରିକ ବାଦ୍ୟର ତାଳେ ତାଳେ ସେବାୟତ ମାନେ ନାଚି ନାଚି ମନ୍ଦିରରେ ପହଞ୍ଚିଥିଲେ। ଆଗରେ ଆମ୍ବଚୁଆ ଗାଁର ନାପିତ ସୁକୁମାର ବାରିକ, ଉମାକାନ୍ତ ବାରିକ ଓ ପୂର୍ଣ୍ଣଚନ୍ଦ୍ର ବାରିକ ମଶାଲ ଧରି ଯାଉଥିଲେ। ଶେଷରେ ଚଳିତ ବର୍ଷର ଅନ୍ତିମ ଅର୍ଘ୍ୟ ପ୍ରଦାନ କରାଯାଇଥିଲା। ଶନିବାର ମହା ବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀଜୀଉଙ୍କ ଠାରେ ପଣା ଭୋଗ ଲାଗି କରାଯିବ ବୋଲି ଟ୍ରଷ୍ଟ ବୋର୍ଡର ମୌରସୀ ତପନ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଟ୍ରଷ୍ଟ ବୋର୍ଡ ସଭାପତି ବିଧାୟକ ଅନନ୍ତ ଦାସ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଚନ୍ଦନେଶ୍ୱର ଚଡକ ମେଳାରେ ମୁଖ୍ୟ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଦେଉଳିଆ ଅଜିତ ପାତ୍ର, ଶ୍ରୀବେକଡି ନିରଞ୍ଜନ ଲେଙ୍କା ପ୍ରମୁଖ ପୁରୁଷାନୁକ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି। ଅପରାହ୍ନରେ ପାଟଭକ୍ତ, ଦେଉଳିଆ, ଶ୍ରୀବେକଡିଙ୍କ ସମେତ ଉପବୀତ ଧାରୀ ଭକ୍ତ ମାନେ ମନ୍ଦିରରୁ ବାହାରି ହୁଗୁଳି ପଂଚାୟତର ବାଡ଼ସରିଷା ହାକାଣ୍ଡ ପୋଖରୀ ନିକଟରେ ପହଞ୍ଚିଥିଲେ। ସେଠାରେ ପୋଖରୀ ମାର୍ଜନା କରିବା ସହିତ ଦଶନଖି ଘଟକୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ବିଶାଳ ପଟୁଆରରେ ମନ୍ଦିର ଅଭିମୁଖେ ଯାଇଥିଲେ। ବହୁ ଭକ୍ତ ଜିଭ, ପେଟ, ଗୋଡ, ପିଠି ଆଦିରେ କଣ୍ଟା ଫୋଡି ନାଚି ନାଚି ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ଏଥିରେ ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ଭୋଗରାଇ ତହସିଲଦାର ହିମାଂଶୁ ଶେଖର ଗିରି, ସେବାୟତ ଗଣେଶ ଲାଲ ପଣ୍ଡା, ଉପ ମୌରସୀ ବୁଦ୍ଧଦେବ ପଣ୍ଡା, ଉପାଧ୍ୟକ୍ଷା ମୀନାରାଣୀ ସାସମଲ, ରମାକାନ୍ତ କରଣ, ଗୌତମବୁଦ୍ଧ ଦାସ, ଭୁବନାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ଲାଗି ବ୍ୟାପକ ପୁଲିସ ମୁତୟନ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories