www.samajalive.in
Saturday, December 6, 2025
26.1 C
Bhubaneswar

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଯୁଦ୍ଧର ସମ୍ଭାବନା

ନୂଆଦିଲ୍ଲୀ- ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଶ୍ୱରେ ଆଉ ଏକ ଯୁଦ୍ଧର ସମ୍ଭାବନା ଦେଖା ଦେଇଛି । ଇରାନ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛି । ହମାସ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ଇରାନ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପାଇଁ ନିଜ ସେନାକୁ ପ୍ରସ୍ତୁତ କରିଛି । ହାମାସ୍ ହେଉଛି ଇରାନ୍‌ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ।

ଶୁକ୍ରବାରରେ ଇରାନ୍‌ ସୈନ୍ୟବାହିନୀର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏବେ ଇରାନ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣର ରାଜନୈତିକ କ୍ଷତିକୁ ଆକଳନ କରୁଛି । ଇରାନ୍‌ର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମନେଇଙ୍କର ପରାମର୍ଶଦାତା ଯୁଦ୍ଧ ବିଷୟରେ ସୂଚନା ଦେଇଛନ୍ତି । ଇରାନ୍‌ର ସର୍ବୋଚ୍ଚ ନେତା ଏବେ ଯୁଦ୍ଧର କ୍ଷତି ବିଷୟରେ ଆକଳନ କରୁଛନ୍ତି , ତାଙ୍କ ଉପରେ ଶେଷ ନିଷ୍ପତ୍ତି ନିର୍ଭର କରୁଛି ।

- Advertisement -

କିଛିଦିନ ତଳେ ସିରିୟାର ଏକ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଇରାନ୍‌ର ରେଭ୍ୟୁଲ୍ୟୁସନାରୀ ଗାର୍ଡ ଫୋର୍ସର ମହମ୍ମଦ ରଜା ଜେହେଦୀଙ୍କର ମୃତ୍ୟୁ ହୋଇଥିଲା । ଇସ୍ରାଏଲ୍‌ ଇରାନ୍‌ର ସୈନ୍ୟ ଅଧିକାରୀମାନଙ୍କୁ ସିରିୟାରେ ଲକ୍ଷ୍ୟ କରି ଏୟାର ଷ୍ଟ୍ରାଇକ୍‌ କରୁଥିବା ଇରାନ୍‌ ଅଭିଯୋଗ କରିଥିଲା ।

ଇରାନ୍‌ ସମର୍ଥିତ ହାମାସ୍‌ ଇସ୍ରାଏଲ୍‌ ଉପରେ ଅକ୍ଟୋବର ୭ ତାରିଖରେ ଆକ୍ରମଣ କରିଥିଲା । ଏହାର ପରିଣାମ ସ୍ୱରୂପ ଇସ୍ରାଏଲ୍‌ ଗାଜା ପଟ୍ଟି ଉପରେ ଆକ୍ରମଣ କରିଛି । ଏହାପରେ ଇସ୍ରାଏଲ୍‌ ଲେବାନନ୍‌ର ହିଜବୁଲ୍ଲା ମିଲିସିଆ ଏବଂ ସିରିୟାରେ ଇରାନ୍‌ର ରେଭ୍ୟୁଲ୍ୟୁସନାରୀ ଗାର୍ଡ ଫୋର୍ସଉପରେ ଜୋରଦାର ଆକ୍ରମଣ କରୁଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories