www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା ଉଦଘାଟିତ

କଳାପଥର(ବାଙ୍କୀ): କେନ୍ଦୁପଲ୍ଲୀ ଗ୍ରାମବାସୀ ଓ ମହୋତ୍ସବ କମିଟି  ଆନୁକୂଲ୍ୟରେ କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା-୨୦୨୪  ମହା ଆଡ଼ମ୍ବର ସହ ପାଳନ ହୋଇଛି। ଉକ୍ତ ଉତ୍ସବରେ ରାମଚରିତ ମାନସ ପ୍ରଵକ୍ତା କୃଷ୍ଣ କେଷବ ଷଡ଼ଙ୍ଗୀ   ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ଷଡ଼ଙ୍ଗୀ  ଯୋଗଦେଇ କହିଲେ ଯେ  ବାଙ୍କୀ ବ୍ଲକର କେନ୍ଦୁପଲ୍ଲୀ  ପଂଚାୟତରେ ଏଭଳି ଲୋକ ଉତ୍ସବର ଆୟୋଜନ ଏ ଅଞ୍ଚଳର କଳା, ସାଂସ୍କୃତିକ ପରମ୍ପରାର ପ୍ରଚାର ଓ ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଗୌରାଙ୍ଗ ଚରଣ ଦେବତା   ଯୋଗଦେଇ ରାଜ୍ୟ ତଥା ଦେଶର ସାଂସ୍କୃତିକ, ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଘଟିଛି ସେଥିରେ କେନ୍ଦୁପଲ୍ଲୀ  ଅଞ୍ଚଳର ସୁଯୋଗ୍ୟ ସନ୍ତାନ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ  ଶିକ୍ଷକ କାମଦେବ ମହାପାତ୍ର   ଯୋଗଦେଇ  ଯୁବପିଢୀଙ୍କ ପାଇଁ ଦୁଲଣା ମହୋତ୍ସବ ପ୍ରେରଣାର ଉତ୍ସହୋଇ ରହିବ ବୋଲି କହିଥିଲେ ଏବଂ ମହୋତ୍ସବର ସଫଳତା ପାଇଁ କେନ୍ଦୁପଲ୍ଲୀ  ଗ୍ରାମର ଯୁବକ  ମାନଙ୍କୁ  ଅଭିନନ୍ଦନ ଜଣାଇଥିଲେ । ସନମାନୀତ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ଯୋକିଲଦଳ ର ଇଁ ଶିକ୍ଷକ ବିଦ୍ୟାଧର ମହାରଣା  ପ୍ରମୁଖ  ଉଦ୍‌ବୋଧନ ଦେଇଥିଲେ ।
ଛାତ୍ରୀମାନଙ୍କ   ପକ୍ଷରୁ   ଆବାହନି ସଂଗୀତ ଗାନ କରାଯାଇଥିଲା ।   ଶିକ୍ଷକ ସୋମନାଥ ଖଟୁଆ ସ୍ଵାଗତ ଭାଷଣ ଅତିଥି ପରିଚୟ ଗ୍ରାମର s ର  ସମ୍ପାଦକ ଧୃବ ଚରଣ ସାହୁ ବିବରଣୀ ପାଠ  କରିଥିଲେ. ମହୋତ୍ସବ କମିଟି ସଭାପତି  ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି  ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ, କେନ୍ଦୁପଲ୍ଲୀ  ପଂଚାୟତ ର  ସମର୍ଥନ ଏହି ଉତ୍ସବକୁ ଗଣଉତ୍ସବରେ ପରିଣତ କରିଛି ।    ସମିତି ସଭ୍ୟ ପ୍ରେମାନନ୍ଦ  ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories