ଭୁବନେଶ୍ଵର: ଆଜି ଭୁବନେଶ୍ଵର ଜନ୍ମଦିନ ଅର୍ଥାତ୍ ଭୁବନେଶ୍ଵର ପାଳୁଛି ୭୬ତମ ପ୍ରତିଷ୍ଠା ଦିବସ। ୧୩ ଏପ୍ରିଲ ୧୯୪୮ ମସିହାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନୂଆ ରାଜଧାନୀ ନିର୍ମାଣ ପାଇଁ ଶିଳାନ୍ୟାସ ଦେଇଥିଲେ। ଦେଶର ପ୍ରଥମ ୪ଯି ଯୋଜନାବଦ୍ଧ ସହର ଭିତରେ ଭୁବନେଶ୍ଵର ଥିଲା ଅନ୍ୟତମ । ସେତେବେଳେ ୪୦ ହଜାର ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା ସହର ଆଜି ୧୨ ଲକ୍ଷ ଜନସଂଖ୍ୟାକୁ ନେଇ କାୟାବିସ୍ତାର କଲାଣି। ରାଜଧାନୀ ର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରହିଛି। ଏହାପରେ ଅତିଥିଙ୍କ ଦ୍ଵାରା ଜୟଦେବ ଭବନରେ ଏକ ସ୍ଵତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନୀ କାର୍ଯ୍ୟକ୍ରମ ମଧ୍ୟ ରହିଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀ ସଜେଇ ହୋଇଛି। ବିଧାନସଭା, ଲୋକସେବା ଭବନ , କମିଶନରେଟ୍ ବିଲ୍ଡିଂ ସମେତ ରାସ୍ତାଘାଟ ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି।
Popular Categories



