୪ ସହରରେ ଆଜି ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ

ଡେସ୍କ: ବର୍ଷା ଏବଂ ମେଘୁଆ ଆକାଶ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ହ୍ରାସ ଘଟିଛି। ଫଳରେ ଆଜି ରାଜ୍ୟର ୪ଟି ସହରରେ ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଛି। ଏହା ଏକ ସର୍ବକାଳୀନ ରେକର୍ଡ଼ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଅନୁଗୁଳ, ଟିଟିଲାଗଡ, ସମ୍ବଲପୁର , ହୀରାକୁଦ ଆଦି ସହର ଏପ୍ରିଲ ମାସର ସବୁଠାରୁ ଥଣ୍ଡା ଦିନ ଭାବେ ପରିଗଣିତ ହୋଇଛି।

ବିଜେପି ୨୪ କ୍ୟାରେଟ ସୁନା, କଂଗ୍ରେସ କଳଙ୍କି ଲଗା ଲୁହା – ରାଜନାଥ

ଆଜି ଟିଟିଲାଗଡରେ ୨୪ ଡିଗ୍ରୀ, ସମ୍ବଲପୁରରେ ୨୫.୭ ଡିଗ୍ରୀ, ହୀରାକୁଦରେ ୨୬.୧ ଓ ଅନୁଗୁଳରେ ୨୬.୭ ଡିଗ୍ରୀ ସେଲସିଅସ ଦିନ ତାପମାତ୍ରା ରହିଥିବା ଜଣାପଡିଛି। ତୁଳନାତ୍ମକ ଭାବେ ଟିଟଲାଗଡରେ ୪ ଅପ୍ରେଲ ୨୦୦୮ରେ ୨୮.୫° ଡିଗ୍ରୀ ସେଲସିଅସ, ସମ୍ବଲପୁରରେ ୭ ଅପ୍ରେଲ ୨୦୦୮ରେ ୨୫.୭ ଡିଗ୍ରୀ ସେଲସିଅସ, ହୀରାକୁଦରେ ୨୨ ଅପ୍ରେଲ ୨୦୨୩ରେ ୨୭.୬ ଡିଗ୍ରୀ ସେଲସିଅସ ଏବଂ ଅନୁଗୁଳରେ ୬ ଅପ୍ରେଲ ୨୦୦୮ରେ ୨୭.୭ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା।

Comments are closed.