BJD Bijuli 480×75 Mob

୫୮ କିଲୋ ଗଂଜେଇ ସହ ଓଏପିଏଫ କନେଷ୍ଟବଳ ଗିରଫ

BJD Bijuli 480×75 Mob

ବୌଦ୍ଧ: ବେଆଇନ ଗଂଜେଇ ଚାଷକୁ ନେଇ ସମଗ୍ର ରାଜ୍ୟରେ ବୌଦ୍ଧଜିଲା ଚର୍ଚ୍ଚାରେ ରହିଛି। ଜିଲାରେ ଏହି ବେଆଇନ ଚାଷକୁ ନେଇ ଯେତେ ଚର୍ଚ୍ଚା ରହିଛି ବ୍ୟବସାୟ ପଛରେ ଜିଲା ପୁଲିସର କର୍ମଚାରୀ ଓ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ସେତିକି ଆଲୋଚନା ହେଉଅଛି। ଏହି ଆଲୋଚନା ମଧ୍ୟରେ ରହିଥିବା ସତ୍ୟତା ମଧ୍ୟ ଅନେକ ସମୟରେ ପଦାକୁ ଆସିବା ସହିତ ଜିଲାରେ ପୁଲିସର ଭାବମୂର୍ତ୍ତି କଳଙ୍କିତ ହେବାରେ ଲାଗିଛି। କିଛିମାସ ମଧ୍ୟରେ ଜିଲାରେ ତିନିଜଣ ପୁଲିସ କର୍ମଚାରୀ ଗଂଜେଇ ବ୍ୟବସାୟ ସହିତ ଜଡିତ ହୋଇ ଧରାପଡ଼ିବା ସହ ଗିରଫ ହୋଇଛନ୍ତି। ବଘିଆପଡ଼ା ଫାଣ୍ଡିରେ ଜଣେ ଏଏସଆଇଙ୍କ ନିଜର ସରକାରୀ କ୍ୱାର୍ଟରୁ ଗଂଜେଇ ଜବତ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସେହିପରି ଡିଭିଏଫର ଜଣେ କନେଷ୍ଟବଳ ଗଂଜେଇ ବ୍ୟବସାୟୀଙ୍କ ଠାରୁ ବିଭାଗୀୟ ବଡବାବୁମାନଙ୍କ ପାଇଁ ଟଙ୍କା ଆଦାୟ କରି ଆସୁଥିବା ବେଳେ ଭିଜିଲାନସ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ପୁନର୍ବାର ରବିବାର ସକାଳୁ ଜଣେ ଓଏପିଏଫ କନେଷ୍ଠବଳ କାର ଯୋଗେ ଗଂଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ଦ୍ୱାରା ଧରାପଡ଼ି ଗିରଫ ହୋଇଥିବା ଜିଲାରେ ଆଲୋଡନ ସୃଷ୍ଟି କରିଛି।

ଅବକାରୀ ବିଭାଗ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଓଏପିଏଫ କନେଷ୍ଠବଳ ଡିଙ୍ଗର ମାଝି (୩୮) ଏକ କାର ଯୋଗେ ୫୮ କିଲୋ ଗଂଜେଇ ନେଇ ବ୍ରାହ୍ମଣିପାଲି ପଟରୁ ଦେବଗଡ଼ ରାସ୍ତା ଦେଇ ଲାଣ୍ଡିବନ୍ଧ ଛକ ପଟକୁ ଆସୁଥିବାବେଳେ ପେଟ୍ରୋଲିଂରେ ଥିବା ଅବକାରୀ ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ଟିମ୍‌‌ ଦ୍ୱାରା ଧରା ପଡ଼ିଥିଲେ। ତାଙ୍କ ନିକଟରୁ କାର ସମେତ ଗଂଜେଇ ଜବତ କରାଯାଇ ବୌଦ୍ଧ ଅବକାରୀ ଥାନା କେସ ନମ୍ବର ୧/୨୪ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

Comments are closed.