nua o banner

ଆସୁଛି ପ୍ରବଳ ବର୍ଷା! ଏହି ତାରିଖରୁ ହେବ ଆରମ୍ଭ,ତାତିରୁ ମିଳିବ ମୁକ୍ତି..

BSKY banner  750×100

ଭୁବନେଶ୍ୱର : ରାଜ୍ୟ ସହ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭବ ହେବା ସହ ଶୁକ୍ରବାର ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି। ତେବେ ପ୍ରଚଣ୍ଡ ତାତି ମଧ୍ୟରେ ଆଗକୁ ବର୍ଷା ପାଇଁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଶୁକ୍ରବାର ପୂର୍ବାନୁମାନ କରିଛି। ପଶ୍ଚିମାଝଡ ପ୍ରଭାବରେ ବାୟୁ ମଣ୍ଡଳରେ ଏକ ନିମ୍ନ ଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ଥିବା ସହ ଏହି ସମୟରେ ଗୁରୁଚାପ ପ୍ରଭାବରେ ପାଣିପାଗ ବିଭାଗର ସୂଚନାନୁସାରେ ରାଜ୍ୟରେ ୭ ଓ ୮ ତାରିଖରେ ବିସ୍ତୃତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତମ ଓଡିଶାରେ ୭ ତାରିଖରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ଝଡ ପବନ ୪୦ ରୁ ୫୦ କିମି ରହିବ।

ରାହୁ-କେତୁ,ଶନି ଦଶାରୁ ମୁକ୍ତି ଦିଏ ଏହି ରୁଦ୍ରାକ୍ଷ : ଏମିତି କରନ୍ତୁ ଧାରଣ..


କିଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି। ଅନୁଗୁଳ, ନୟାଗଡ, କଟକ, ଢେଙ୍କାନାଳ, ଯାଜପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଭ୍ୟନ୍ତରୀଣ ଓଡିଶାରେ ବଲାଙ୍ଗୀର, ସୋନପୁର, କେନ୍ଦୁଝର, ବୌଦ୍ଧ, ଦେଓଗଡ, ସମ୍ବଲପୁରରେ କୁଆପଥର ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୮ ତାରିଖ ବେଳକୁ ମଧ୍ୟ ଉପକୂଳ ଓଡିଶାରେ ବିଜୁଳ, ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ପବନ ୩୦ରୁ ୪୦ କିମି ବହିବାର ସମ୍ଭାବନା ରହିଛି। ବିଶେଷ କରି କଟକ ଓ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷାର ପ୍ରଭାବ ୬ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ଆରମ୍ଭ ହେବା ସହ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଅଧିକାଂଶ ସ୍ଥାନରେ ତାତିରୁ ନିସ୍ତାର ମିଳିବ।

Comments are closed.