nua o banner

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

BSKY banner  750×100

ସମାଜ: ଚୈତ୍ର ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ସୋମବାର ଶ୍ରୀଜୀଉଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରାନୁସାରେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ପରେ ଭିତରୁ ଜୟ ବିଜୟ ଦ୍ବାର ବନ୍ଦ ହେବ। ଦଇତାପତି ଭିତରେ ପ୍ରବେଶ କରି ରତ୍ନ ସିଂହାସନ ଉପରକୁ ଯିବେ ଏବଂ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଖସାପଡ଼ା ଲାଗି କରିବେ। ନୀତି ସମ୍ପନ୍ନ ପରେ ମହାପ୍ରଭୁଙ୍କୁ ମହାସ୍ନାନ ଓ ବେଶ କରାଯିବ। ପରେ ଆଳତି, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି, ବଡ଼ ସିଂହାର ବେଶ, ବଡ଼ ସିଂହାର ଭୋଗ, ରାତ୍ର ପହୁଡ଼ ହେବ।

Comments are closed.