www.samajalive.in
Sunday, December 7, 2025
23.1 C
Bhubaneswar

ଅଶୋକ ଗେହଲଟ୍‍ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଳୀ/ଜୟପୁର/ରାୟପୁର: ଦୁଇ ଦିନର ଘମାଘୋଟ ବୈଠକ ପରେ ୬୭ ବର୍ଷିୟ ଅଶୋକ ଗେହଲଟ୍‍ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚୂଡ଼ାନ୍ତ ହୋଇଛି। ଶୁକ୍ରବାର କଂଗ୍ରେସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହାସହ ରାଜସ୍ଥାନ କଂଗ୍ରେସର ବରିଷ୍ଠ ଯୁବନେତା ୪୧ ବର୍ଷିୟ ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ବୋଲି ସୂଚନା ଦିଆଯାଇଛି ।
ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୂଆଦିଲ୍ଲୀଠାରେ ଅଶୋକ ଗେହଲଟ୍‍ ଏବଂ ସଚିନ ପାଇଲଟଙ୍କ ସହ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଆଲୋଚନା କରିଥିଲେ।
ପ୍ରକାଶଯୋଗ୍ୟ ଯେ ଗେହଲଟ୍‍ ୧୯୯୮ରୁ ୨୦୦୮ ପର୍ଯ୍ୟନ୍ତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିଲେ। ଛାତ୍ର ଜୀବନରୁ ସେ ରାଜନୀତି ଆରମ୍ଭ କରିଥିଲେ। ୧୯୭୭ ମସିହାରେ ମାତ୍ର ୨୬ ବର୍ଷ ବୟସରେ ଗେହଲଟ୍‍ ବିଧାନସଭା ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ। ୧୯୮୦ରେ କଂଗ୍ରେସ ବିଭାଜନ ସମୟରେ ସଂଜୟ ଗାନ୍ଧୀ ଗେହଲଟ୍‍ଙ୍କୁ ଟିକେଟ୍‍ ଦେଇଥିଲେ। କଂଗ୍ରେସ ଟିକେଟ୍‍ରେ ସେ ଜୟପୁରର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଯୁବନେତା ଭାବେ ସେ କେନ୍ଦ୍ରୀୟ ମନ୍ତ୍ରୀ ହୋଇଥିଲେ। ଗେହଲଟ୍‍ ରାଜୀବ ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ରାଜୀବ ୧୯୮୫ରେ ୩୪ ବର୍ଷିୟ ଯୁବ ଗେହଲଟ୍‍ଙ୍କୁ ରାଜସ୍ଥାନ କଂଗ୍ରେସର ଅଧ୍ୟକ୍ଷ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।
ସେହିପରି ବାପା ରାଜେଶ ପାଇଲଟଙ୍କ ମୃତ୍ୟୁ ପରେ ସଚିନ ପାଇଲଟ୍‍ ମାତ୍ର ୨୨ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୪ରେ ମାତ୍ର ୨୬ ବର୍ଷ ବୟସରେ ସେ ଦୌସାରୁ ଲୋକସଭାକୁ ର୍ନିବାଚିତ ହୋଇଥିଲେ। ସେତେବେଳେ ସେ ଲୋକସଭାର ସବୁଠୁ ଯୁବ ସାଂସଦ ଥିଲେ। ସେହି ବର୍ଷ ରାହୁଲ ଗାନ୍ଧୀ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭାରେ ପହଞ୍ଚିଥିଲେ। ସେଠାରେ ସଚିନ ଓ ରାହୁଲଙ୍କ ବନ୍ଧୁତ୍ୱ ଘନିଷ୍ଠ ହୋଇଥିଲା। ମନମୋହନଙ୍କ ସରକାରରେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସଚିନ କେନ୍ଦ୍ରୀୟ ସୂଚନା ଏବଂ ଯୋଗାଯୋଗ ପ୍ରଦ୍ୟୋଗିକ ମନ୍ତ୍ରୀ ରହିଥିଲେ। ଗତ ୫ ବର୍ଷ ମଧ୍ୟରେ ସଚିନ ରାଜସ୍ଥାନର ପ୍ରତି ଜିଲା ଓ ଗ୍ରାମ ବୁଲି ଦଳକୁ ମଜଭୁତ କରିଥିଲେ। ତାଙ୍କ ସମୟରେ ହୋଇଥିବା ଲୋକସଭା ଓ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories