www.samajalive.in
Wednesday, December 10, 2025
17.1 C
Bhubaneswar

ଲକ୍ଷ୍ନୌରେ ‘ଯୋଗୀ ବନାମ ମୋଦୀ’ ହୋର୍ଡିଂକୁ ନେଇ ହଇଚଇ, ମାମଲା ରୁଜୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର କେତେକ ସ୍ଥାନରେ ଯୋଗୀ ବନାମ ମୋଦୀ ହୋର୍ଡିଂ ଚର୍ଚ୍ଚାର ବିଷୟ ହୋଇଛି। ଏହି ହୋର୍ଡିଂରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗୀ ବୋଲି ଲେଖାଯାଇଛି। ହୋର୍ଡିଂର ଗୋଟିଏ ପଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଓ ଅନ୍ୟ ପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଛି। ମୋଦୀଙ୍କ ଫଟୋ ତଳେ ମିଛ ସ୍ୱପ୍ନ ଦେଖାଉଥିବା ଲୋକଙ୍କ ନାମ ମୋଦୀ ଏବଂ ଯୋଗୀଙ୍କ ଫଟୋ ତଳେ ହିନ୍ଦୁତ୍ୱର ବ୍ରାଣ୍ଡ ଯୋଗୀ ଲେଖାଯାଇଥିବା ଦେଖିବାକୁ ମିଳିଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‍ ଏକ ମାମଲା ରୁଜୁ କରି ଛାନଭିନ୍‍ ଆରମ୍ଭ କରାଯାଇଛି।
ମଙ୍ଗଳବାର ରାତିରେ ଲକ୍ଷ୍ନୌର ୨ରୁ ୩ଟି ସ୍ଥାନରେ ଏହି ହୋର୍ଡିଂ ଲଗାଯାଇଛି। ଏହି ହୋର୍ଡିଂରେ ଫେବୃଆରୀ ୧୦ରେ ଲକ୍ଷ୍ନୌର ରମାବାଇ ମୈଦାନରେ ହେବାକୁ ଥିବା ଧର୍ମ ସଂସଦ ବିଷୟରେ ଲେଖାଯାଇଛି। ଉତ୍ତରପ୍ରଦେଶ ରାମନିର୍ମାଣ ସେନା ପକ୍ଷରୁ ଏହି ହୋର୍ଡିଂ ଲଗାଯାଇଥିବା କୁହାଯାଉଛି। ହୋର୍ଡିଂର ସଭାଉପରେ ଯୋଗୀ ଆଣ ଦେଶ ବଞ୍ଚାଅ ଲେଖାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories