www.samajalive.in
Tuesday, December 9, 2025
17.1 C
Bhubaneswar

ଷ୍ଟ୍ରାସ୍‍ବର୍ଗରେ ଆତତାୟୀର ଗୁଳିମାଡ଼: ୩ ମୃତ, ୬ ଆହତ

ପାରିସ୍‍ : ଫ୍ରାନ୍ସର ଷ୍ଟ୍ରାସ୍‍ବର୍ଗ ସହରରେ ମଙ୍ଗଳବାର ବିଳମ୍ବିତ ରାତିରେ ଆତାୟୀର ଗୁଳି ମାଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‍ ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଷ୍ଟ୍ରାସ୍‍ବର୍ଗ ସହରର ସେଣ୍ଟ୍ରାଲ ସ୍କୋୟାର ବଜାରରେ ଖ୍ରୀଷ୍ଟମାସ୍‍ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଜଣେ ଆତତାୟୀ ଭିଡ଼ ମଧ୍ୟରେ ପଶି ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରଥିଲା। ଫ୍ରାନ୍ସ ଆତଙ୍କବାଦ ନିରୋଧ ବାହିନୀ ଘଟଣାର ଯାଞ୍ଚ କରୁଛି। ଫ୍ରାନ୍ସ ଗୃହ ମନ୍ତ୍ରୀଙ୍କ ସୂଚନା ମୁତାବକ ଗୁଳିମାଡ଼ ପରେ ଆତତାୟୀ ଜଣକ ଫେରାର ହୋଇଯାଇଛି। ଆତତାୟୀକୁ ଖୋଜିବା ପାଇଁ ୩୫୦ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ସୀମା ସୁରକ୍ଷା ବଳଙ୍କୁ ସତର୍କ କରାଇ ଦିଆଯାଇଛି। କୁହାଯାଉଛି ଆତଙ୍କବାଦୀ ଷ୍ଟ୍ରସବର୍ଗ ନିବାସୀ ଓ ତାର ବୟସ ୨୯ ବର୍ଷ। ସେ ଆତଙ୍କବାଦୀ ସଂଗଠରେ ସାମିଲ ହୋଇଥିବା ସନ୍ଦେହ କରାଯାଉଥିଲା। ଏପରିକି ଏନେଇ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ମଙ୍ଗଳବାର ସକାଳେ ପୁଲିସ୍‍ ତା ଘରେ ପହଞ୍ଚିଥିଲା। ସେତେବେଳକୁ ଆତତାୟୀ ନିଜ ଘର ଛାଡ଼ି ପଳାଇଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories