www.samajalive.in
Sunday, December 7, 2025
26.1 C
Bhubaneswar

ଶାଶୁଘରକୁ ଛାଡିବାକୁ ଯାଇଥିବା ବେଳେ କନ୍ୟା ସମେତ ତିନି ଜଣଙ୍କୁ ହତ୍ୟା

ବିହାର: ବେଗୁସରାଇରେ ତିନି ଜଣଙ୍କୁ ହତ୍ୟା । ବେଗୁସରାଇ ଜିଲାର ସାହେବପୁର କମଲ ପୁଲିସ ଷ୍ଟେସନ ଆହୋକ ଗୋବିନ୍ଦପୁର ଅଂଚଳରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଏଠାରେ ପ୍ରେମବିବାହ ଏବଂ ପାରିବାରିକ କଳହର କରୁଣ ପରିଣତି ରକ୍ତାକ୍ତରେ ସମାପ୍ତ ହୋଇଛି । ଝିଅକୁ ଶାଶୁ ଘରେ ଛାଡିବାକୁ ଯାଇଥିବା ବାପା, ଭାଇ ଏବଂ କନ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କନ୍ୟା ଘର ପାଶ୍ୱର୍ରୁ ୩ଜଣଙ୍କୁ ଗୁଳି କରିବ ହତ୍ୟା କରାଯାଇଥିବା ବେଳେ ବର ଘରର ଜଣେ ଆହତ ହୋଇ ବେଗୁସରାଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

କନ୍ୟା ପକ୍ଷ କହିଛନ୍ତି ଯେ ପୁଅ-ଝିଅ ପରସ୍ପରକୁ ଭଲ ପାଉଥିଲେ । ପରିବାର ଲୋକ ବିବାହ ପାଇଁ ରାଜି ନହେବାରୁ ଦୁହେଁ ଘର ଛାଡି ପଳାଇବା ସହ ମନ୍ଦିରରେ ବିବାହ କରିଥିଲେ । ଏହା ପରେ ପରିବାରର ଚାପରେ ପୁଅଟି ଝିଅକୁ ରଖିବାକୁ ମନା କରିଥିଲା । ଗତ ଦେଢ ବର୍ଷ ହେବ ଏହି କାରଣରୁ ବିବାଦ ଦେଖାଦେଇଥିଲା । ପୁଅ ଘର ଲୋକ ଯୌତୁକ ସାଙ୍ଗକୁ ୧୫ଲକ୍ଷ ଟଙ୍କା ମାଗିଥିଲେ । ଝିଅର ବାପା ଦୀର୍ଘ ଦିନ ପରେ ୧୫ଲକ୍ଷ ଟଙ୍କା ଜମା କରିବା ପରେ ଝିଅକୁ ସାଙ୍ଗରେ ନେଇ ବାପା ଭାଇ ଶାଶୁ ଘରେ ଛାଡିବାକୁ ଯାଇଥିଲେ । ହେଲେ ୧୫ଲକ୍ଷ ନେବା ପରେ ପୁଅ ଘର ଲୋକ ଝିଅକୁ ରଖିବାକୁ ମନା କରିବା ସହ ବାପା ଭାଇ ଓ ଝିଅକୁ ଗୁଳି କରି ହତ୍ୟା କରିଥିଲେ । ହତ୍ୟା ପରେ ପୁଅ ଘର ଲୋକ ଫେରାର ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବାକୁ ପ୍ରୟାସ କରୁଛି ।

- Advertisement -

ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଏସପି, ଡିଏସପି ସହିତ ବହୁ ପୁଲିସ ଫୋର୍ସ ଗାଁରେ ପହଂଚି ଘଟଣାର ଛାନଭିନ କରୁଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories