www.samajalive.in
Friday, December 5, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିର କଟିଲା ଚାଲାଣ: ଆଗରୁ ବି କଟିଛି, ହେଲେ ପୈଠ ହୋଇନି ରାଶି

ପାଟନା: ପାଟନା ସମେତ ବିହାରର ସମସ୍ତ ଜିଲାରେ ସାଧାରଣ ଲୋକେ ଟ୍ରାଫିକ ନିୟମକୁ ଅବମାନନା କରୁଥିବା ଦେଖିବାକୁ ମିଳୁଛି। ଟ୍ରାଫିକ ପୁଲିସ ସେମାନଙ୍କ ଚାଲାଣ ମଧ୍ୟ କାଟୁଛି।​‌ ଏବେ ଜଣେ ଖାସ୍‌ ବ୍ୟକ୍ତିଙ୍କ ଗାଡ଼ିର ଚାଲାଣ କଟିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହି ଖାସ୍‌ ବ୍ୟକ୍ତି ଆଉ କେହି ନୁହନ୍ତି, ବରଂ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ନୀତିଶ କୁମାରଙ୍କ ସରକାରୀ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟର ବୈଧତା ଶେଷ ହୋଇଥିଲେ ମଧ୍ୟ ନିୟମ ଉଲ୍ଲଂଘନ କରି ଏହା ରାସ୍ତାରେ ବେଧଡ଼କ ଚାଲୁଛି।

ସୂଚନା ଅନୁସାରେ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ସରକାରୀ ଗାଡ଼ିରେ ରୋହତାସ ଯାଇଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଯାଞ୍ଚ ବେଳେ ଏହାର ପଲ୍ୟୁସନ ସାର୍ଟିଫିକେଟର ବୈଧତା ଶେଷ ହୋଇଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କ ଗାଡ଼ିର ଚାଲାଣ କଟିଛି। ଏହି ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟର ବୈଧତା ଅଗଷ୍ଟ ୨, ୨୦୨୪ରେ ଶେଷ ହୋଇଯାଇଛି। ତେବେ ରୋହତାସ ଟୋଲରେ ଅନଲାଇନ୍ ଚାଲାଣ କଟିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗାଡ଼ିରେ ଉପସ୍ଥିତ ନଥିଲେ। ସେ ଅନ୍ୟ ଏକ କାରରେ ବସିଥିଲେ।

- Advertisement -

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଟ୍ରାଫିକ ନିୟମ ଉଲ୍ଲଂଘନ କରିଛି। ଏହାପୂର୍ବରୁ ଫେବୃଆରୀ ୨୩, ୨୦୨୪ରେ ଗାଡ଼ିର ସିଟ୍ ବେଲ୍ଟ ନ ପିନ୍ଧିବା ନେଇ ଏକ ଚାଲାଣ କଟିଥିଲା, କିନ୍ତୁ ଏପର୍ଯ୍ୟନ୍ତ ଚାଲାଣ ରାଶି ପୈଠ କରାଯାଇ ନାହିଁ। ଆଉ ଏବେ ପଲ୍ୟୁସନ ସାର୍ଟିଫିକେଟ ନଥିବା ଯୋଗୁ ଗାଡ଼ିର ଚାଲାଣ କଟିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories