www.samajalive.in
Friday, December 5, 2025
17.1 C
Bhubaneswar

ଜିଏସଟି ସଚେତନତା ରଥ ଉଦଘାଟିତ

ସମ୍ବଲପୁର: ଦ୍ରବ୍ୟ ଓ ସେବାକର ବିଭାଗ ସମ୍ବଲପୁର ମଣ୍ଡଳ-୧ ଦ୍ବାରା ଏକ ଜିଏସଟି ସଚେତନତା ରଥର ଶୁଭାରମ୍ଭ ବୁଧବାର କରାଯାଇଛି। ଏହି ସଚେତନତା ରଥ ସମସ୍ତ ବ୍ୟବସାୟୀ ଏବଂ ଟିକସ ଦାତାମାନଙ୍କୁ ସଠିକ ସମୟରେ ରିଟର୍ଣ ଦାଖଲ ଏବଂ ଜିଏସଟି ଏମ୍ନେଷ୍ଟି ସ୍କିମ – ୨୦୨୪ (ସର୍ବକ୍ଷମା ଯୋଜନା – ୨୦୨୪) ସମ୍ବନ୍ଧରେ ସଚେତନ କରାଇବ। ଜି ଏସ ଟି ରିଟର୍ଣ ଏଝଞଜ-୧ ଏବଂ ୩ଈ ଦାଖଲ କରିବା ପାଇଁ ଶେଷ ତାରିଖ ଯଥାକ୍ରମେ ପରବର୍ତ୍ତୀ ମାସର ୧୧ ଏବଂ ୨୦ ତାରିଖ ଅଟେ। ଜିଏସଟି ଏମ୍ନେଷ୍ଟି ସ୍କୀମ ଅନୁସାରେ ଯେଉଁ ବ୍ୟବସାୟୀମାନଙ୍କୁ ଆର୍ଥିକ ବର୍ଷ ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ପାଇଁ ଧାରା ୭୩ ଅନୁସାରେ ଡିମାଣ୍ଡ ନୋଟିସ ଜାରି କରାଯାଇଛି, ସେମାନେ କେବଳ କର ରାଶି ପଇଠ କରି ସୁଧ ଏବଂ ଜରିମାନାରୁ ଛାଡ ପାଇ ପାରିବେ। ଏଥି ପାଇଁ ସେମାନଙ୍କୁ ଉକ୍ତ ଯୋଜନାରେ ଅନଲାଇନ ଆବେଦନ କରିବାକୁ ଅବଗତ ନିମନ୍ତେ ଏହି ସଚେତନତା କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି।

ଜି ଏସ ଟି ସଚେତନତା ରଥ, ଆସନ୍ତା ୨ ଦିନ ଧରି ସମ୍ବଲପୁର ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ବଜାର ଏବଂ ପ୍ରମୁଖ ବ୍ୟବସାୟ ସ୍ଥଳ ମାନଙ୍କରେ ପ୍ରଚାର ଏବଂ ସଚେତନ କରାଇବ। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆୟୁକ୍ତ ତୁଳାଧର ଭୋଇ, ସମ୍ବଲପୁର ମଣ୍ଡଳ- ୧ର ଯୁଗ୍ମ ଆୟୁକ୍ତ ଆଶିଷ କୁମାର ସାହୁ, ଯୁଗ୍ମ ଆୟୁକ୍ତ ଲିଙ୍ଗରାଜ ପ୍ରଧାନ, ପ୍ରବର୍ତ୍ତନ ଯୁଗ୍ମ ଆୟୁକ୍ତ କୁଳମଣି ଭୋଇ, ସମ୍ବଲପୁର ମଣ୍ଡଳ- ୨ର ଯୁଗ୍ମ ଆୟୁକ୍ତ ପ୍ରତାପ ପାଣିଗ୍ରାହୀ, ଶିଳ୍ପପତି ଅଶୋକ କୁମାର ଜଲାନ, ଚେମ୍ବରସ ଅଫ କମର୍ସର ସଭାପତି ଜସବୀର ସିଂ ହୁରା, ବ୍ୟବସାୟୀ ସଂଘର ସଭାପତି ଶିବ ପ୍ରସାଦ, ଟ୍ୟାକ୍ସ ବାର ଆସୋସିଏସନର ସଭାପତି ପ୍ରଦୀପ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଦ୍ରବ୍ୟ ଓ ସେବା କର ବିଭାଗର ଅଧିକାରୀ, ଚେମ୍ବରସ ଅଫ କମର୍ସ, ବ୍ୟବସାୟୀ ସଂଘ ଏବଂ ଟାକ୍ସ ବାର ଆସୋସିଏସନର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଜି ଏସ ଟି ରିଟର୍ଣ୍ଣ ଦାଖଲ, ସର୍ବକ୍ଷମା ଯୋଜନା ଏବଂ ବକେୟା କର ସଂଗ୍ରହ ବାବଦରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଚେମ୍ବରସ ଅଫ କମର୍ସ ଏବଂ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ସରକାରଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଏହି ପ୍ରୟାସକୁ ସଫଳ କରିବା ପାଇଁ ସେମାନେ ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories