www.samajalive.in
Friday, December 5, 2025
20.1 C
Bhubaneswar

ନିଟ୍‌‌ ପ୍ରଶ୍ନପତ୍ର ପ୍ରଘଟରେ ନୂଆ ମୋଡ଼; ପଦାକୁ ଆସୁଛି ତେଜସ୍ୱୀଙ୍କ ଲିଙ୍କ୍‌‌ !

ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମ ନାମଲେଖା ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌‌) ପ୍ରଶ୍ନପତ୍ର ପ୍ରଘଟ ଦୁର୍ନୀତି ନୂଆ ମୋଡ଼ ନେଇଛି। ଏଥିରେ ରାଜନୈତିକ ସମ୍ପୃକ୍ତି ନେଇ ଅଭିଯୋଗ ଆସିଛି। ବିହାରର ଆରଜେଡି ନେତା ତେଜସ୍ୱୀ ଯାଦବ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା।

ପଟନାରେ ଏକ ଖବରଦାତା ସମ୍ମିଳନୀରେ ଉପ ମୁଖ୍ୟମନ୍ତ୍ରୀ ସିହ୍ନା ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବ ପ୍ରିତମ କୁମାରଙ୍କ ଫୋନ କଲ୍‌‌ ବିବରଣୀ ଦେଖାଇ ସେ କିପରି ଘଟଣାର ମାଷ୍ଟରମାଇଣ୍ଡ ସିକନ୍ଦର କୁମାର ଯାଦବେନ୍ଦୁଙ୍କ ପାଇଁ ରୁମ୍‌‌ ବୁକ୍‌‌ କରିଛନ୍ତି ସେ ନେଇ ସୂଚନା ଦେଇଥିଲେ। ଗତ ମେ ମାସ ୧ ତାରିଖରେ ତେଜସ୍ୱୀଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ ଏକ ଗେଷ୍ଟହାଉସ କର୍ମଚାରୀ ପ୍ରଦୀପଙ୍କୁ ଫୋନ କରି ସିକନ୍ଦରଙ୍କ ପାଇଁ ରୁମ୍‌‌ ବୁକ୍‌‌ କରିବା ଲାଗି କହିଥିଲେ। ପୁନର୍ବାର ମେ ୪ରେ ସେ ପ୍ରଦୀପଙ୍କୁ ଫୋନ କରି ସିକନ୍ଦରଙ୍କ ପାଇଁ ରୁମ୍‌‌ ବୁକ୍‌‌ କରିବାକୁ କହିଥିଲେ। ଫୋନ କରିବା ସମୟରେ ପ୍ରୀତମ ମନ୍ତ୍ରୀଙ୍କ ନାଁ ନେଇଥିଲେ। ଏହି ମନ୍ତ୍ରୀ ହେଉଛନ୍ତି ତେଜସ୍ୱୀ ଯାଦବ ବୋଲି ସିହ୍ନା କହିଛନ୍ତି।

- Advertisement -

ପ୍ରୀତମଙ୍କର ଅତି ଘନିଷ୍ଠ ହେଉଛନ୍ତି ସିକନ୍ଦର। ମେ ୪ ତାରିଖରେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ)ର ଏକ ଗେଷ୍ଟ ହାଉସ ସିକନ୍ଦରଙ୍କ ଭଉଣୀ ରୀନା ଯାଦବ ଏବଂ ପୁଅ ଅନୁରାଗ ଯାଦବଙ୍କ ପାଇଁ ବୁକ୍‌‌ କରାଯାଇଥିଲା। ଗେଷ୍ଟ ହାଉସ ଡାଏରୀରେ ଏକ ଫୋନ ନମ୍ବର ଏବଂ ମନ୍ତ୍ରୀ ଜୀ ଲେଖାଯାଇଛି। କିଏ ସେହି ମନ୍ତ୍ରୀ ଜୀ’ ତାହା ଚିହ୍ନଟ କରିବାକୁ ତଦନ୍ତକାରୀ ସଂସ୍ଥା ଉଦ୍ୟମ ଚଳାଇଛି ବୋଲି ସିହ୍ନା କହିଛନ୍ତି। ଅନ୍ୟପଟେ ସିହ୍ନା ନିଜେ ରାସ୍ତା ନିର୍ମାଣ ବିଭାଗ ମନ୍ତ୍ରୀ ଥିବାରୁ ସେ ଏନଏଚଏଆଇ ଗେଷ୍ଟ ହାଉସ ବୁକିଂର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଅଧିକାରୀ ଏବଂ କର୍ମଚାରୀ ତେଜସ୍ୱୀଙ୍କ ପାଇଁ କାମ କରିଛନ୍ତି ତାହାର ଖୋଳତାଡ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ନିଟ୍‌‌ ୨୦୨୪ ପ୍ରଶ୍ନପତ୍ର ଲିକ୍‌‌ ନେଇ ଅର୍ଥନୈତିକ ଅପରାଧ ଶାଖା କିଛି ପ୍ରମାଣ ପାଇଛି। ମେ ୫ ତାରିଖରେ ପରୀକ୍ଷା ହୋଇଥିଲାବେଳେ ଏହାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌‌ ହୋଇଥିଲା। ଏହା ପଛରେ ମାଷ୍ଟରମାଇଣ୍ଡ ଥିଲେ ସିକନ୍ଦର ଯାଦବେନ୍ଦୁ, ଯାହାଙ୍କୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ଏହା ସହିତ ମେ ୫ରେ ପୁଲିସ ଏନଏଚଏଆଇ ଗେଷ୍ଟହାଉସରୁ ସିକନ୍ଦରଙ୍କ ଭଉଣୀ ରୀନାଙ୍କୁ ଅଟକ ରଖିଥିଲା, ଯେଉଁଠାରୁ ଏକ ଓଏମଆର ସିଟ୍‌‌ ମିଳିଥିଲା। ସମସ୍ତିପୁର ବାସିନ୍ଦା ସିକନ୍ଦର ପୂର୍ବରୁ ରାଞ୍ଚିରେ ଜଣେ ଠିକାଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ୨୦୧୨ରେ ସେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ସେ ପୂର୍ବରୁ ୩ କୋଟି ଟଙ୍କାର ଏଲଇଡି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌‌ ଯାଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories