www.samajalive.in
Sunday, December 14, 2025
23.1 C
Bhubaneswar

ଗୁଗଲ୍‌ ଆଣିଲା ଚମତ୍କାର ଫିଚର୍‌, ଏଣିକି ପଢିବା ସହ ଶୁଣିପାରିବେ ଓ୍ବେବ୍‌ପେଜ୍‌

ସମାଜ ଡିଜିଟାଲ ଡେସ୍କ: ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ପଢିବାକୁ ଭଲ ପାଆନ୍ତି। ଖାଲି ସମୟରେ ସେମାନେ ବହି, ଉପନ୍ୟାସ ଆଦି ପଢିବାକୁ ଭଲ ପାଆନ୍ତି। ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କ ଫୋନ୍‌, ଟ୍ୟାବ୍‌ କିମ୍ବା ଲାପ୍‌ଟପ୍‌ରେ କିଛି ନା କିଛି ପଢୁଥା’ନ୍ତି। ଏହିଭଳି ଲୋକମାନଙ୍କ ପାଇଁ ଗୁଗଲ୍‌ ଏକ ନୂଆ ଫିଚର୍‌ ଆଣିଛି। ଏହା ସାହାଯ୍ୟରେ ଆପଣ ସେହି ଲେଖାକୁ ପଢିବା ବ୍ୟତୀତ ଏଣିକି ଶୁଣି ମଧ୍ୟ ପାରିବେ। ଆଣ୍ଡ୍ରଏଡ୍‌ ବ୍ୟବହାରକାରୀ ଏଣିକି ଗୀତ ଏବଂ ପୋଡ୍‌କାଷ୍ଟ ପରି ଓ୍ବେବ୍‌ପେଜ୍‌କୁ ମଧ୍ୟ ଶୁଣିପାରିବେ। “Listen to this page” ନାମକ ଏକ ନୂଆ ଫିଚର ଆଣିଛି ଗୁଗଲ୍‌।

ଏହି ଫିଚର୍‌ର ସବୁଠାରୁ ଖାସ୍‌ ଗୁଣ ହେଉଛି, ଆପଣ ନିଜ ଗ୍ୟାଜେଟ୍ ବନ୍ଦ କରି ମଧ୍ୟ ଏହି ଫିଚର ବ୍ୟବହାର କରିପାରିବେ। ଆପଣଙ୍କୁ କେବଳ କ୍ରୋମ ବ୍ରାଉଜରରେ ଯେକୌଣସି ୱେବ୍‌ପେଜ୍‌ ଖୋଲି ଅପ୍ସନକୁ ଯାଇ “Listen to this page”କୁ ସିଲେକ୍ଟ କରିବାକୁ ପଡ଼ିବ। ଏହାପରେ ଆପଣ ଲେଖାଗୁଡ଼ିକୁ ପଢିବା ପରିବର୍ତ୍ତେ ଶୁଣିପାରିବେ। ଗୁଗଲର ଏହି ଫିଚର ବର୍ତ୍ତମାନ ୧୨ଟି ଭାଷାରେ ଉପଲବ୍ଧ। ଯେଉଁଥିରେ ଆରବୀ, ବଙ୍ଗାଳୀ, ଚାଇନିଜ୍, ଇଂରାଜୀ, ଫରାସୀ, ଜର୍ମାନ, ହିନ୍ଦୀ, ଇଣ୍ଡୋନେସିଆନ୍, ଜାପାନିଜ୍, ପର୍ତ୍ତୁଗୀଜ୍, ଋଷୀୟ ଏବଂ ​‌ସ୍ପେ​‌ନିସ୍ ଭାଷା ଅନ୍ତର୍ଭୁକ୍ତ। ତେବେ ଯେଉଁ ପେଜ୍‌ରେ ‘ଲିସିନ୍‌ ଟୁ ଦିସ୍‌ ପେଜ୍‌’ ଅପ୍ସନ ନଥିବ ସେହି ପେଜ୍‌ରେ ଏହି ଫିଚର କାମ କରିବନାହିଁ।

- Advertisement -

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories