ଚଢିଗଲା ଟ୍ରକ୍: ମାଆ ମୃତ, ବାପାଝିଅ ଗୁରୁତର

କଟକ: କଟକ ନୂଆବଜାର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ମାର ମୃତ୍ୟୁ ଘଟିଥିବାବେଳେ ବାପା, ଝିଅ ଗୁରୁତର ହୋଇଛନ୍ତି।  ବାଇକରେ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବାପାଝିଅଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ କଟକ କନ୍ଦରପୁର ଅଞ୍ଚଳର ବୋଲି ଜଣାପଡିଛି। ସେପଟେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Comments are closed.