www.samajalive.in
Tuesday, December 9, 2025
15.1 C
Bhubaneswar

ଶିବରାଜ, ବସୁନ୍ଧରା ଏବଂ ରମଣଙ୍କୁ ମିଳିବନି ଲୋକସଭା ନିର୍ବାଚନ ଦାୟିତ୍ୱ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରୁ ୩ଟି ହିନ୍ଦୀ ଭାଷୀ ରାଜ୍ୟରେ ବଡ଼ ବ୍ୟବଧାନରେ ପରାଜୟ ପରେ ବିଜେପି ଲୋକସଭା ନିର୍ବାଚନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ବିଜେପି ରାଜସ୍ଥାନରୁ ବସୁନ୍ଧରା ରାଜେ, ମଧ୍ୟପ୍ରଦେଶରୁ ଶିବରାଜ ସିଂହ ଚୌହାନ ଏବଂ ଛତିଶଗଡ଼ରୁ ରମଣ ସିଂହଙ୍କୁ ଲୋକସଭା ନିର୍ବାଚନ ଦାୟିତ୍ୱରୁ ହଟାଇ ନୂଆ ମୁହଁକୁ ଦାୟିତ୍ୱ ଦେବ ବୋଲି ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି।
କୁହାଯାଉଛି ଏହି ୩ ନେତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅବସ୍ଥାପିତ କରାଯିବ। ଏମାନଙ୍କ ସ୍ଥାନରେ ରାଜ୍ୟର ନୂଆ ନେତାଙ୍କୁ ଲୋକସଭା ନିର୍ବାଚନ ଦାୟିତ୍ୱ ଦିଆଯିବ। ବିଜେପି ଏହି ନେତାଙ୍କ ଏକ ତାଲିକା ପ୍ରସ୍ତୁତ କରିଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଦଳୀୟ ଦାୟିତ୍ୱ ଦିଆଯିବ। ଏହାସହ ଏହି ୩ ରାଜ୍ୟର ଦଳୀୟ କନ୍ଦଳକୁ ଦୂର କରିବା ପାଇଁ ରାଜ୍ୟସ୍ତରୀୟ ନୂଆ ଲୋକସଭା ନିର୍ବାଚନ କମିଟି ଗଠନ କରାଯିବ। ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପୂର୍ଣ୍ଣ ଧ୍ୟାନ ଲୋକସଭା ନିର୍ବାଚନ ଉପରେ ଦେବାକୁ ଚାହୁଁଛନ୍ତି। କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଉମା ଭାରତୀ ୨୦୧୯ରେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ଏପେଟ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଅନନ୍ତ କୁମାରଙ୍କ ଦେହାନ୍ତ ପରେ ବିଜେପିରେ ଉତ୍କୃଷ୍ଟ ନେତୃତ୍ୱର ଅଭାବ ପରିଲକ୍ଷିତ ହୋଇଛି। କେନ୍ଦ୍ରରେ ଦୃଢ ନେତୃତ୍ୱ ପାଇଁ ଶିବରାଜ, ବସୁନ୍ଧରା ଏବଂ ରମଣ ସିଂହଙ୍କୁ କେନ୍ଦ୍ର ମନ୍ତ୍ରି ମଣ୍ଡଳରେ ସାମିଲ କରିବାକୁ ବିଜେପି ନିଷ୍ପତ୍ତି ନେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories