କଳାହାଣ୍ଡି ଉତ୍ସବ ୨୦୨୪-ବେଦାନ୍ତର ଷ୍ଟଲରେ କମ୍ପାନିର ଉତ୍ପାଦ ସମ୍ଭାର ପ୍ରଦର୍ଶନ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ କଳାହାଣ୍ଡି ଜିଲା ମୁଖ୍ୟ କାର୍ଯ୍ୟାଳୟ ଭବାନୀପାଟଣା ଠାରେ ଆୟୋଜିତ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଯୋଗ ଦେଇ ଆୟୋଜନ କରିଥିଲା । ଏହି ଅଞ୍ଚଳର କଳା, ସଂସ୍କୃତି, ସଂଗୀତ, ସାହିତ୍ୟକୁ ପ୍ରତିପାଦିତ କରୁଥିବା ଏହି ବାର୍ଷିକ ଉତ୍ସବ ପାରମ୍ପରିକ ଲୋକନୃତ୍ୟ ଘୁମରାକୁ ବିଶେଷ ପ୍ରସାରିତ କରିଥିଲା। ବେଦାନ୍ତର ଷ୍ଟଲରେ କମ୍ପାନିର ଉତ୍ପାଦ ସମ୍ଭାର ପ୍ରଦର୍ଶନ କରଯାଇଥିଲା । ଏହା ବ୍ୟତୀତ ଏହାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗୁଡ଼ିକ ଉପରେ ମଧ୍ୟ ଉପସ୍ଥାପନ କରିଥିଲା ।
ଏହି ପ୍ରଦର୍ଶନୀରେ ପ୍ରକଳ୍ପ ସାହି ଅଧିନରେ ଅନେକ ବିକଶିତ ହସ୍ତତନ୍ତ ଓ ପ୍ୟାକେଜ ଉତ୍ପାଦକୁ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ବେଦାନ୍ତ ଆଲୁମିନିୟମ ଦ୍ୱାରା ୪ ହଜାରରୁ ଅଧିକ ମହିଳାଙ୍କୁ ସେଲଫ ହେଲଫ ଗ୍ରୁପ ମାଧ୍ୟମରେ ଉଦ୍ୟୋଗୀତା ପାଇଁ ଏକ ସୁଯୋଗ ଦେଇଥିଲା। ଏହି ଉତ୍ସବରେ ୧୦ ହଜାରରୁ ଅଧିକ ଦର୍ଶକ ଯୋଗଦେଇ ଥିଲେ। କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡି ଓ କଳାହାଣ୍ଡି ଏସପି ଜି.ଅଭିଳାଶ ଯୋଗ ଦେଇଥିଲେ।
ବେଦାନ୍ତ ଲାଞ୍ଜିଗଡ ଦଶମ ବୋର୍ଡ ପରୀକ୍ଷାରେ ଜିଲ୍ଲାର ଟପରଙ୍କୁ ପୁରସ୍କୃତ କରିଥିଲା। ବେଦାନ୍ତ ଲିମିଟେଡ଼ ସିଇଓ-ଆଲୁମିନା ବିଜିନେସ ପ୍ରଣବ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ କଳାହାଣ୍ଡି ଉତ୍ସବ ଆମ ସମସ୍ତଙ୍କ ପାଇଁ ଏକ ଉଲ୍ଲେଖନୀୟ ପ୍ଲାଟଫର୍ମ। ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ବଞ୍ଚାଇ ରଖିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ଆମେ ଏହାର ବିକାଶ ପ୍ରତି ଯତ୍ନବାନ ରହିଛୁ। ଆମର କାର୍ଯ୍ୟକଳାପ ଓ ସାମାଜିକ ପ୍ରଭାବ ଓ ପ୍ରୟାସ ଜରୀଆରେ କଳାହାଣ୍ଡିର ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛୁ।
କଳାହାଣ୍ଡିର କଳା ପରମ୍ପରାକୁ ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ ବେଦାନ୍ତର ପ୍ରତିବଦ୍ଧତା ଏହାର ଷ୍ଟଲରେ ଥିବା ପ୍ରଦର୍ଶନୀ ମାଧ୍ୟମରୁ ସ୍ପଷ୍ଟ ହୋଇଥିଲା। ବେଦାନ୍ତ ଲାଞ୍ଜିଗଡର ଡୋକ୍ରା ଓ ସଉରା କଳାକୁ ପୁର୍ନଜୀବିତ ପାଇଁ କାର୍ଯ୍ୟକ୍ରମ ଅଧିନରେ ତାଲିମ ନେଉଥିବା କାରିଗରମାନଙ୍କ ଦ୍ୱାରା ଏହା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚରୁ ପ୍ରାୟ ୨ ଶହରୁ ଅଧିକ ଲୋକ ଜୀବିକା ନିର୍ବାହ କରୁଛନ୍ତି। କଳାହାଣ୍ଡି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା କହିଛନ୍ତିଯେ କଳାହାଣ୍ଡି ଉତ୍ସବ ଏକ ମହତ୍ୱପୂର୍ଣ୍ଣ ଉତ୍ସବ ଓ ଲୋକମାନେ ପ୍ରତିବର୍ଷ ଏହାକୁ ଅପେକ୍ଷା କରିଥାନ୍ତି। ବେଦାନ୍ତ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ କରାଯାଉଥିବାରୁ କମ୍ପାନିକୁ ମୁଁ ଧନ୍ୟବାଦ ଜଣାଉଛି।
prayash

Comments are closed.