www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀରେ ବଢ଼ିଲା ସୁରକ୍ଷା, ୭୦ ହଜାର ସୁରକ୍ଷାକର୍ମୀ ମୁତୟନ

ଡେସ୍କ: ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଦୃଷ୍ଟିରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିଲାଗି ୭୦ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ୭୦ ହଜାର ସୁରକ୍ଷାକର୍ମୀଙ୍କ ମଧ୍ୟରୁ କେବଳ କର୍ତ୍ତବ୍ୟ ପଥରେ ୧୪ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି। କର୍ତ୍ତବ୍ୟ ପଥରେ ଆସନ୍ତାକାଲି ଗଣତନ୍ତ୍ର ଦିବସ ପ୍ୟାରେଡ଼ ହେବ। ଏହାଛଡା ପୁଲିସ ପକ୍ଷରୁ ଯାନବାହାନ ଚଳାଚଳ ନେଇ ମଧ୍ୟ ପରମରସବାଲି ଜାରି କରାଯାଇଛି।

କେଶରେ ଲୁଚି ରହିଛି ବ୍ୟକ୍ତିଙ୍କ ରହସ୍ୟ, ଏମିତି ଜାଣନ୍ତୁ..

- Advertisement -

କର୍ତ୍ତବ୍ୟ ପଥରେ ପ୍ୟାରେଡ଼ ଦେଖିବା ଲାଗି ୭୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ଲାଗି ମଧ୍ୟ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି। ସ୍ୱତନ୍ତ୍ର ପୁଲିସ କମିଶନର ଦେବେନ୍ଦ୍ର ପାଠକ କହିଛନ୍ତି, ସମ୍ପୂର୍ଣ୍ଣ ଦିଲ୍ଲୀ ସହରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ମଧ୍ୟରେ କମାଣ୍ଡୋ, ତ୍ୱରିତ ବଳ, ପିସିଆର ଭ୍ୟାନ, ସ୍ବାଟ କର୍ମୀ ଅଛନ୍ତି।

ମହାଲେଖା ନିରୀକ୍ଷକ ନିଯୁକ୍ତି ନେଇ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମକୋର୍ଟ

ପ୍ୟାରେଡ଼ ହେବାକୁ ଥିବା କର୍ତ୍ତବ୍ୟ ପଥ ଓ ସଂଲଗ୍ନ ଅଂଚଳକୁ ୨୮ଟି ଜୋନରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ ଦାୟିତ୍ୱରେ ଜଣେ ଡିସିପି କିମ୍ବା ଅତିରିକ୍ତ ଡିସିପି ରହିବେ। ପ୍ୟାରେଡ଼ ସକାଳ ୧୦.୩୦ ମିନିଟରେ ଆରମ୍ଭ ହେବ ଓ ଏହା ବିଜୟ ଚୌକରୁ ଆରମ୍ଭ ହୋଇ ଲାଲ କିଲ୍ଲା ପର୍ଯ୍ୟନ୍ତ ଯିବ। ଏହା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀ ଠାରେ ସକାଳ ୯.୩୦ ମିନିଟରେ କାର୍ଯ୍ୟକ୍ରମ ରହିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories